କମାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଣି
ଉଚ୍ଚାରଣ: Kamāṅi
কমান छाँटना

ଦେ. ବି. (ସଂ. କର୍ମ) —

ନଖ କାଟି ଅଳତା ଆଦି ଦେଇ ହସ୍ତ — ପଦାଦିକୁ ଶୋଭାଯୁକ୍ତ ବା ଶୁଭ୍ର କରିବା — Trimming and painting the fingers and toes.

কমানি कमानी

ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୂକ) —

୧: ବେହେଲା ବଜାଇବାର ଧନୁକାକାର ଫଳା — ୧. The bow of a violin.

୨: ବନ୍ଧୁକର ନଳି ଆଦିରେ ବସିବା ଲୁହାର ମୁଦିଆ — ୨. Iron ring.

୩: ବଢ଼େଇଙ୍କ ଭଅଁରଙ୍କୁ ଚଳାଇବା ପାଇଁ ବ୍ୟବହୃତ ଧନୁକାକାର ଫଳା —୩. Bow used in turning a carpenter's drill.

୪: ରେଳଗାଡ଼ି, ବଗିଗାଡ଼ି ଓ ମଟର୍ଗାଡ଼ିର ଅଖ ଉପରେ ସଂଲଗ୍ନ ଧନୁକାକାର ପତଳା ଦୁଇ ଫାଳିଆ ଲୁହାର କଳ — ୪. The metal springs set over the axle of carriages and motor cars.

[ଦ୍ର—ଶଗଡ଼ ଆଦିରେ କମାଣି ନ ଥିବାରୁ ବନ୍ଧୁର ପଥରେ ଶଗଡ଼ ଚାଲିଲାବେଳେ ଶଗଡ଼ରେ ବସିଥିବା ଲୋକ ଧକଚକ ହେଲା— ବେଳେ ତାକୁ ବାଧି ଯାଏ; କିନ୍ତୁ ଯେଉଁ ଗାଡ଼ିରେ କମାଣି ଲାଗି ଥାଏ ସେ ଗାଡ଼ି ବନ୍ଧୁର ପଥରେ ଚଳିଲା ବେଳେ କମାଣି ଲଚକିବାରୁ ଆରୋହୀ ଦୋଳି ଖେଳିଲା ଭଳି ଆରାମ ବୋଧ କରେ; ବେଶି ବୋଝ ଲଦାହେଲେ କମାଣି ଦବି ଯାଏ, ପୁଣି ଭାର କମାଇ ଦେଲେ କମାଣି ପୂର୍ବ ଅବସ୍ଥା ପ୍ରାପ୍ତ ହୁଏ]

୫: କଳଘଣ୍ଟା ଓ ବାଚ୍ ଆଦିରେ ଲାଗିଥିବା କୁଣ୍ତଳୀକୃତ ପତଳା ଧାତୁମୟ ଲମ୍ବ ପାତିଆ —୫. Metal spring of a clock or watch.

ପ୍ରାଦେ. (ସମ୍ବଲପୁର) ବି. —

କୃଷିକର୍ମ —Agriculture.