କରଣ
କରଣମାନେ ମୁଖ୍ୟତଃ ଓଡ଼ିଶାରେ ବାସକରୁଥିବା ଏକ ଭାରତୀୟ ହିନ୍ଦୁ କ୍ଷତ୍ରିୟ ଜାତି । କରଣ ପଦବୀ ଏକ ବୃତ୍ତିଗତ ପଦବୀ ଥିଲା ଯାହା କଠୋର ହିନ୍ଦୁ ବର୍ଣ୍ଣ ଓ ଜାତିପ୍ରଥା ସାମାଜିକ ବିଭାଜନରେ ଉଚ୍ଚରେ ଥିବା କ୍ଷତ୍ରିୟ ଜାତିଦ୍ୱାରା ଦଖଲ କରାଯାଇଥିଲା । ସେମାନେ ଆନ୍ଧ୍ର ପ୍ରଦେଶର କେତେକ ସ୍ଥାନରେ କରଣମ ପଦବୀରେ ମଧ୍ୟ ରହିଥିଲେ ଓ ପଶ୍ଚିମବଙ୍ଗ ଏବଂ ବିହାରର କାୟସ୍ଥ ପରି ଓଡ଼ିଶାରେ ସମାନ ଭୂମିକା ଗ୍ରହଣ କରିଥିଲେ । ପାରମ୍ପାରିକ ଭାବରେ ସେମାନେ ଓଡ଼ିଆ ରାଜକୀୟ ରାଜ୍ୟଗୁଡ଼ିକର ଦରବାରରେ ସରକାରୀ ରେକର୍ଡ ରକ୍ଷକ ତଥା ଜମିଦାର, ଶିକ୍ଷକ, ରାଜା, ସୈନ୍ୟବାହିନୀରେ ମୁଖ୍ୟ ସେନାପତି ଓ ମନ୍ତ୍ରୀ ଆଦି ପଦବୀ ଅଧିକାର କରିଥିଲେ। ବର୍ତ୍ତମାନ ସମୟରେ ସେମାନେ ଏକ ରାଜନୈତିକ ପ୍ରଭାବଶାଳୀ ସମ୍ପ୍ରଦାୟ ଏବଂ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଓଡ଼ିଶା ରାଜନୀତିରେ ନେତୃତ୍ତ୍ୱ ସ୍ଥାନ ଅଧିକାର କରିଛନ୍ତି ।
ଇତିହାସ
[ସମ୍ପାଦନା]ପାରମ୍ପାରିକ ଭାବେ କରଣ ଏକା ସାଙ୍ଗିଆ ଥିଲା । ଏଥିରେ କ୍ଷତ୍ରିୟ ଜାତିର ଲୋକଙ୍କୁ ନିଯୁକ୍ତ କରାଯାଇଥିଲା । ଯେଉଁମାନେ ଉଚ୍ଚ ଶିକ୍ଷିତ ଥିଲେ ସେମାନଙ୍କୁ କରଣ ପଦବୀ ମିଳୁଥିଲା । ପରେ ଏହା ହିନ୍ଦୁ ଜାତିପ୍ରଥା ଅନୁସାରେ ଏକ ଜାତିରେ ପରିଣତ ହେଲା ।
ସାମାଜିକ ସ୍ଥିତି
[ସମ୍ପାଦନା]ସେମାନଙ୍କର ପାରମ୍ପାରିକ ଜାତିଭିତ୍ତିକ ସାମାଜିକ-ଅର୍ଥନୈତିକ ସୁବିଧା ପାଇ ଉଚ୍ଚଶିକ୍ଷା ଲାଭକରିଛନ୍ତି ଓ ବିଭିନ୍ନ ବୃତ୍ତିରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି | ଜାତିଗତ ଆଧିପତ୍ୟ ଦୃଷ୍ଟିରୁ ଓଡ଼ିଶାରେ ଓଡ଼ିଆ ସମାଜରେ ବ୍ରାହ୍ମଣଙ୍କ ପରେ କରଣ ଦ୍ୱିତୀୟ ସ୍ଥାନରେ ଆସନ୍ତି । ବ୍ରିଟିଶ ରାଜ କାଳରେ ଓଡ଼ିଶାର ଅନେକ କରଣ ଜାଗିରି ଓ ଜମିଦାରୀ ପାଇଥିଲେ । ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ଭାରତରେ ମଧ୍ୟ ସେମାନେ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଓଡ଼ିଶାର ରାଜନୈତିକ ଜାତି ଭାବରେ ନାମିତ କରାଯାଇଛି । କରଣମାନେ ଭାରତୀୟ ସମ୍ବିଧାନର ସଂରକ୍ଷଣ ବ୍ୟବସ୍ଥାରେ ସଧାରଣ ବର୍ଗରେ ଆସନ୍ତି ।
ସାଙ୍ଗିଆ
[ସମ୍ପାଦନା]ଓଡ଼ିଶାରେ କରଣ ମାନେ ବ୍ୟବହାର କରୁଥିବା ସଂଜ୍ଞା:- ମହାନ୍ତି,ଦାସ,ଚୌଧୁରୀ,ପଟ୍ଟନାୟକ,ଚାଉପଟ୍ଟନାୟକ, ଦେଵାନ୍,ବେବର୍ତ୍ତା,କାନୁନଗୋ,ପରିଜା,ବକ୍ସି,ଦାସମହାପାତ୍ର, ମହାପାତ୍ର,ରାୟ,ବିଦ୍ୟାଧର,ନରେନ୍ଦ୍ର,ରାୟଚୌଧୁରୀ,ଛୋଟରାୟ,ସାମନ୍ତସିଂହାର,ସାମନ୍ତ,ସାମନ୍ତରାୟ, ମାଦଳା ଦାନି,ବହିଦାର ଇତ୍ୟାଦି।