Jump to content

କରଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଣି
ଉଚ୍ଚାରଣ: Karaṇi

ସଂ. ବି. (କୃ ଧାତୁ+ଭାବ. ଅନ+ଇ) —

୧: କରଣ; କରିବା — ୧. Doing; effecting (M.W.)

୨: ଘଟନ —୨. Causing (M.W.)

करनी কানিক कनी, करनी

ଦେ. ବି. (ସଂ. କରଣ) —

୧: ମହିମା; ଶକ୍ତି; କ୍ଷମତା; କୃତିତ୍ବ — ୧. Authority; power; might.

ବଳ କରିବା କରଣି ତାର ନାହିଁ ପଡ଼େ ତସ୍କର କରରେ ଯେବେ ଭଞ୍ଜ. ବୈଦେହୀଶବୁଳାସ

୨: କରିବା କାର୍ଯ୍ୟ —୨. Work.

ଦେବେ ହେଲେ ଶକ୍ତି ନାହିଁ ଓଲଟାଇ ଦେବାକୁ ବିଧି—କରଣି ରାଧାନାଥ. ୟୟାତି

୩: ବୃକ୍ଷବିଶେଷ; କରଞ୍ଜ —୩. Pongamia Glabra.

୪: ଓଡ଼ିଆରେ ଏକଜାତୀୟ ଜଟିଳ ବା ଛଟା ଲେଖା; କରଣଙ୍କ ବ୍ୟବହୃତ ଅକ୍ଷର —୪. A kind of abstruse script in Oriya writing (used by Karaṇas especially).

୫: (ସଂ. କର୍ଣ୍ଣ; ଏହା କର୍ଣ୍ଣ ପରି ଆକୃତିବିଶିଷ୍ଟ)—ରାଜମିସ୍ତ୍ରୀମାନେ ବ୍ୟବହାର କରିବା ଲୁହା ହତିଆର (ଏହାଦ୍ବାରା ଚୂନ ମସଲା ଆଦି କାନ୍ଥରେ ବୋଳି ପାଲିଶ୍ କରାଯାଏ) — ୫. Mason's trowel.

୬: ଶିଳ୍ପ —୬. Art.

ଦେ. ବିଣ —

କରଣମାନଙ୍କଦ୍ବାରା ବ୍ୟବହୃତ — Used by the Karaṇas of Orissa.