କରଣି ନବଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଣି ନବଜ
ଉଚ୍ଚାରଣ: Karaṇi nabaja

ଦେ. ବି —

ସାଧାରଣତଃ କରଣମାନେ ବ୍ୟବହାର କରୁଥିବା ଅଶୁଦ୍ଧ ଶବ୍ଦ ଓ ଭାଷା; କଚିରିଆ ଭାଷା — Generally incorrect language and words used by the common Oriya writers.

[ଦ୍ର—ଏ ଭାଷା ଓ ଶବ୍ଦମାନ କଚିରିରେ ମହାଜନି ଓ ଜମିଦାରି ସିରସ୍ତାରେ ଓ ଦଲିଲରେ ବ୍ୟବହୃତ ହୁଏ; ଏ ଲେଖାରେ ଶ, ଷ, ସ; ଇ, ଈ; ଉ, ଊ; ଋ, ରୁ; ଜ, ୟ; ବ ଫଳା ୟ ଫଳାର ପ୍ରଭେଦ ନଥାଏ ଏବଂ ବ୍ୟାକରଣ ଓ ବଣ୍ଣାଶୁଦ୍ଧି ପ୍ରତି ଦୃଷ୍ଟି ନ ଥାଏ ଓ ଅନେକ କଥା ସଂକ୍ଷିପ୍ତ ଠାରରେ ଲେଖା ହୁଏ ଓ ଅନେକ ବିଦେଶୀ ଶବ୍ଦ ଓ ନବଜ ଥାଏ]