କରତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତ
ଉଚ୍ଚାରଣ: Karata
করত कराँत

ଦେ. ବି (ସଂ. କରପତ୍ର) —

୧: କାଠକୁ ଚିରି ପଟା କରିବାପାଇଁ ବ୍ୟବହୃତ ତୀକ୍ଷ୍ଣଦନ୍ତ ଶସ୍ତ୍ର; ଦନ୍ତୁର ଧାତୁପତ୍ରବିଶିଷ୍ଟ ଶସ୍ତ୍ର —୧. Saw.

ପରତେ ନାହିଁ ମୋର କରତେ ମଦନର ବସି ପାରିବ କି ବରଚି କି ଗୋ—କବିସୂର୍ୟ. ସଂଗୀତ

[ଦ୍ର—କାଠ କରତ ଦୁଇ ପ୍ରକାର—୧: ହତା କରତ—ଏହା ଛୋଟ ଏବଂ ଏହାକୁ ଜଣେ ଲୋକ ଧରି କାଠରେ ଲଗାଇ କାଠ ଚିରେ; ୨: ଠେଲା କରତ—ଏହା ବଡ଼; ଏହାକୁ ଦୁଇ ଜଣ ଦୁଇ ପାଖରୁ ଧରି ଓଟାରି କାଠ ଚିରନ୍ତି ]

୨: (ବଣିଆଶବ୍ଦ) ସୁନା ବା ରୂପା କାଟିବାର କରତ — ୨. Goldsmith's tenon-saw for cutting metal.