କରନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରନ୍ଦା
ଉଚ୍ଚାରଣ: Karandā
ସଂ. ପର୍ୟ୍ୟାୟ—କରମର୍ଦ୍ଦ; କରମର୍ଦ୍ଦକ; କରାମ୍ଳ; କରାଂବୁକ; ବୋଳ; ଜାତିପୁଷ୍ପ; କାରମନ୍ଦ কুরমিআ; করমচা; বই়ঘ়্ঞি তইর্; পানিয়ামলা करौन्दा; गरिङ्ग; कड़ीना; तिमूखिआ; गाठो ତେ. ବାକୁ

ଦେ. ବି. (ସଂ. କରମର୍ଦ୍ଦକ; କାରମନ୍ଦ; ପ୍ରା. କରମଦ୍ଦ) —

୧: ଏକ ପ୍ରକାର ଖଟା କୋଳି ଗଛ — ୧. A kind of plum tree with sour plums; Carissa Caranmdas (Haines).

[ ଦ୍ର—ଏହା ତଗରାଦିବର୍ଗର କ୍ଷୀରୀ ବହୁ ଶାଖାଯୁକ୍ତ କଣ୍ଟକମୟ କ୍ଷୁପ; ଫୁଲ ୟୁଈଫୁଲ ପରି ଈଷତ୍ ସୁଗନ୍ଧଯୁକ୍ତ ଓ ଫଳ ବଉଳଫଳ ପରି ଓ ଅମ୍ଳସ୍ବାଦ ଏହାର ଫଳକୁ ଆମ୍ବିଳ କରନ୍ତି ଏ ଗଛ ବର୍ଷାଦିନେ ଫଳେ; ପଞ୍ଜାବରେ ଏ ଗଛରୁ ଲାଖ ବାହାରେ କଞ୍ଚା ଫଳ ଖଟାମିଶା ମିଠା ଓ ମଳରୋଧକ ପାଚିଲା ଫଳ ଦେଖିବାକୁ ସଫେଦ୍ ଓ ଗୋଲାପୀ ଏହା ଶୀତଳ, ପିତ୍ତନାଶକ ଓ ରକ୍ତ— ଶୋଧକ ଏହାର ଚେର ସଙ୍ଗେ କପୂର ଓ କାଗଜିରସ ବାଟି କାଛୁରେ ଲଗାଇଲେ ଉପକାର ହୁଏ ଦକ୍ଷିଣ ଦେଶରେ ଏଥିର କାଠରୁ ପାନିଆ ଓ ଅଣକ କରାଯାଏ— ହି. ଶଦ୍ଦସାଗର]

୨: ଓଡ଼ିଶା ଗଡ଼ଜାତର ଜଙ୍ଗଲରେ ଜନ୍ନିବା ଏକ ପ୍ରକାରwଟାଣୁଆ ଲତା ଓ କୋଳି; କେରେଣ୍ଡା ଲତା — ୨. Caresa Intermis (a very stout woody climber; Haines).

[ ଦ୍ର—ଏଥିର କୋଳି ପ୍ରଥମୋକ୍ତ କରନ୍ଦା କୋଳି ପରି ଖଟା— ମିଠା କୁନ୍ତୁ କରନ୍ଦା କୋଳିଠାରୁ ଛୋଟ]