କରାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଳ
ଉଚ୍ଚାରଣ: Karāḻa

ସଂ. ବି. (କର=ହସ୍ତ+ଅଳ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅ) —

୧: ଜନକବଂଶୀୟ ରାଜାବିଶେଷ — ୧. Name of a king of the family of Janaka.

୨: ରାବଣର ଅନୁଚର ରାକ୍ଷସବିଶେଷ — ୨. Name of a demon attendant of Rābaṇa.

୩: ଝୁଣା —୩. Resin.

୪: ତୈଳବିଶେଷ; ଚୁଆ; ସର୍ଜରସ ତୈଳ; ଶାଳଗଛରୁ ବାହାରିବା ତେଲ; ଗର୍ଜନ ତୈଳ —୪. A strong Scented oil extracted from the Saltree.

୫: କଳାତୁଳସୀ —୫. The black Holy Basil; Ocymumn Sanctum.

୬: କୁନ୍ଦଫୁଲ —୬. Jasminum pubeacens a kind of white scentless flower.

(ଯଥା—ଏହା ପ୍ରାୟ ଗନ୍ଧହୀନ)

(କରାଳା, କରାଳୀ—ସ୍ତ୍ରୀ)

ସଂ. ବିଣ. —

୧: ଭୟାନକ —୧. Dreadful; terrible; formidable.

୨: ଅତି ଉଚ୍ଚ —୨. Very high.

୩: ଖୁବ୍ ବଡ଼ —୩. Very big; prominent.

୪: ମହତ୍ —୪. Great.

୫: ଦନ୍ତୁର; ଦାନ୍ତୁରା —୫. Having large projecting teeth.

୬: ବ୍ୟାପ୍ତ —୬. Extensive.

ଦେ. ବି. —

୧: ପଥର ବା କାଚ ଆଦି ଯୋଡ଼ିବା ପାଇଁ ଝୁଣାରେ ତିଆରି ଏକଜାତୀୟ ଅଠା —୧. A kind of gum to mend broken glass or stone.

ଜଉ ମହଣ କି କରାଳ କାହୁଁ ଖଞିଲ ଏତେ ବାଳ— ରାମ ଦାସ. ଦାର୍ଢ୍ୟତାଭକ୍ତି

୨: ରାଳ; ବଗିରାଳ; ଆଲକାତାରା — ୨. Coaltar; tar; pitch.

ଗ୍ରା. ବୈଦେ. ବି. (ଆ. କରାର୍;) —

କରାର; ଅଙ୍ଗୀକାର; ସ୍ବୀକାର — Acknowledgement; admission.