କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିବା
ଉଚ୍ଚାରଣ: Karibā

(file)

করা

ଦେ. କ୍ରି. (ସଂ. କୃ. ଧାତୁ) —

୧: [ଏହା ସାଧାରଣତଃ ବିଶେଷ୍ୟ ବା ବିଶେଷଣ ପଦ ସଙ୍ଗେ ଯୁକ୍ତ ହୋଇ ସେହି ବିଶେଷ୍ୟ ବା ବିଶେଷଣବାଚକ କ୍ରିୟାରେ ପରିଣତ ହୁଏ

करना

(ଯଥା—ଭୋଜନ କରିବା, ରୋଦନ କରିବା; ମୁକ୍ତ କରିବା; ଆନନ୍ଦିତ କରିବା)

କୌଣସି କ୍ରିୟାରେ ନିଯୁକ୍ତ ହେବା ବା ସଂପାଦନ କରିବା —୧. To do a work; to be engaged in an act.

୨: ଗଢ଼ିବା; ନିର୍ମାଣ କରିବା; ସୃଷ୍ଟି କରିବା; ତୋଳାଇବା — ୨. Te make; to build; to create; to manufacture.

(ଯଥା—ଦେଉଳ କରିବା; ପଲଙ୍କ କରିବା)

୩: ମନରେ (ଦୁଃଖ; ଆନନ୍ଦ; ଅଭିମାନାଦି) ବୋଧକରିବା ବା ଭାବପୋଷଣ କରିବା —୩. To entertain some feeling in the mind (e.g. pleasure grief) to feel.

୪: (ରୋଗ; କ୍ଷୁଧା; ତୃଷା ଆଦି)— କୌଣସି ବ୍ୟକ୍ତିକୁ ଅଭିଭୁତ କରିବା; ଅନୁଭୁତ ହେବା — ୪. To be felt; to affect (a person).

ଗରିଷ୍ଠ ଅରୂଚି କାହିଁକି କରୁଛି କବିସୂର୍ଯ୍ୟ. କିଶୋରୀଚମ୍ପୁ ଗ ଗୀତ

୫: ବୋଲି ବିଚାର କରିବା; ରୂପେ ବ୍ୟବହାର କରିବା — ୫. To think as; to treat as.

ଗୁରୁ ବଚନ ପ୍ରାୟ କରି ହ୍ନଦେ ରଖିବ ଦୃତେ ଧରି ଭୂପତି. ପ୍ରେମପଞ୍ଚାମୃତ

୬: ରାନ୍ଧିବା; (ଖାଦ୍ୟାଦି) ପ୍ରସ୍ତୁତ କରିବା — ୬. To cook; to prepare.

(ଯଥା—ସେ ମୋ ପାଇଁ ଭାତ କଲା, ସାତ ତିଅଣ ଆଠ ଭଜା କଲା, ମତେ ଖାଇବାକୁ ଡ଼ାକିଲା)

୭: କୌଣସି କାର୍ଯ୍ୟ କରିବାକୁ ମନରେ ସ୍ଥିର କରିବା; ସଙ୍କଳ୍ପ କରିବା — ୭. To resolve on, to determine to do.

ବିନ୍ଧ୍ଯେ ଥିଲା ସେନା ବିମନା ଅଙ୍ଗଦ ପ୍ରାଣ ବିସର୍ଜିବା କଲା ଯେ ଭଞ୍ଜ. ବୈଦେହୀଶବିଳାସ

୮: କୌଣସି ଉଦ୍ଧେଶ୍ୟ ପାଇଁ (ଯଥା—ଅର୍ଥୋପାର୍ଜନ ନିମନ୍ତେ) (ସ୍ଥାନାନ୍ତରକୁ) ୟାତ୍ରା କରିବା — ୮. To start for some place on a particular mission.

(ଯଥା—ତୀର୍ଥ କରିବା; ବିଦେଶ କରିବା)

କାରୟବଶେ ବିଦେଶ କରିବାକୁ ଆଜ୍ଞା ଦେଲେ ନରେଶ୍ବର ଭଞ୍ଜ. ପ୍ରେମସୁଧାନିଧି

୯: ଉଦ୍ଧେଶ୍ୟ ସିଦ୍ଧି ନିମନ୍ତେ କୌଣସି ଦେବୀଙ୍କ ଆଗେ ପୂଜା ବା ସ୍ତୁତି ପାଠ କରିବା; ପୂଜାଦି ଅନୁଷ୍ଠାନ କରିବା — ୯. To perform some ceremonial rites.

କରେ ସତତ ଚଣ୍ଡୀ କବଚ ଭଞ୍ଜ. ପ୍ରେମସୁଧାନିଧି

୧: କୌଣସି ବ୍ୟକ୍ତି ବା ବସ୍ତୁକୁ ନେଇ ନିର୍ଦ୍ଧିଷ୍ଟ ସ୍ଥାନରେ ଉପସ୍ଥିତ କରାଇବା ବା ପହଞ୍ଚାଇବା —୧୦. To carry a person to a certain limit or distance.

(ଯଥା—କିମ୍ଭୀର ଛେଳିକି ନେଇ ମଝି ନଈରେ କଲାଣି)

ଏହିକ୍ଷଣି ରଥ ଭୀଷ୍ମଙ୍କ ରଥ ପାଶେ, କରିବି ନେଇ ତାଙ୍କୁ ଛାଡ଼ ୟମ ପାଶେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

୧୧: ଆଜ୍ଞା, ଆଦେଶ ବା ଉପଦେଶ ଅନୁୟାୟୀ କାର୍ଯ୍ୟ କରିବା —୧୧. To act according to some order or advice.

ରାମ ତାହାର ବଚନ କଲେ; ତାର କହିବା ମାର୍ଗରେ ଗଲେ ବିଶ୍ବନାଥ. ବିଚିତ୍ରରାମାୟଣ

୧୨: (କୌଣସି କର୍ମ ସାଧନ ପାଇଁ କୌଣସି ବ୍ୟକ୍ତିକୁ) ନିଯୁକ୍ତ କରିବା — ୧୨. To engage some person for some work.

ବଶିଷ୍ଠ ଇନ୍ଦ୍ର ୟଜ୍ଞେ ଗଲେ, ଅନ୍ୟ ବ୍ରାହ୍ମଣେ ନିମି କଲେ ଜଗନ୍ନାଥ. ଭାଗବତ

୧୩: ଜାତ କରାଇବା; ଉତ୍ପାଦନ କରିବା; ଘଟିବାର କାରଣ ହେବା —୧୩. To cause to happen.

ୟାହା ପାଇଁ ଶିବ ପୂଜୁ ଥାଉ, ତାହାଙ୍କ ପ୍ରିୟାଙ୍କୁ ଭଜୁଥାଉ ତାଙ୍କ ଦୁଃଖ କରି ସୁଖମୂଳ ଦେଲୁ ତ ଭପାଡ଼ିରେ କବିସୂର୍ଯ୍ୟ. ସଙ୍ଗୀତ

୧୪: ନିର୍ଭର ଜବାବ ଦେବା; କଥା ଛିଣ୍ଡାଇବା; ଚୁକ୍ତି କରିବା —୧୪. To give word; to contract.

(ଯଥା—ମୁଁ ନଡ଼ିଆ ଛେଲାକୁ ମହାଜନ ସାଙ୍ଗେ ତିନି ଟଙ୍କା କରିଛି)

୧୫: ୟାନବାହନାଦି ନିଯୁକ୍ତ କରିବା — ୧୫. To engage as a conveyance or carrier.

(ଯଥା—ମୁଁ କୁଲି କରି ଷ୍ଟେସନରୁ ଆସିଲି, କିନ୍ତୁ ବାବୁମାନେ ବଗିଗାଡ଼ି କରି ଆସିଲେ)

୧୬: କର୍ମକର୍ତ୍ତା ରୂପେ କୌଣସି ବାଳକ ବା ବାଳିକାର ବ୍ରତ ବା ବିବାହାଦି କର୍ମ ସମ୍ପାଦନ କରିବା — ୧୬. To bring about the performance of some rites or sacred ceremonies in respect of a boy or girl.

(ଯଥା—ସେ ପୋଷିଆଁ ପୁଅକୁ ବଡ଼ୁ (ବ୍ରତ) କଲା, କିନ୍ତୁ ମରି ଯିବାରୁ ତାକୁ ଭିଆ (ବିବାହ) କରି ପାରିଲା ନାହିଁ)

୧୭: (ଅମୁକ) ରୂପେ ବରଣ ବା ପ୍ରତିଷ୍ଠିତ ବା ଗ୍ରହଣ କରିବା — ୧୭. To accept a person as; to s t up or establish a person as; to adopt.

(ଯଥା—ସେ ମୋତେ ଏ ମକଦ୍ଦମାରେ ମୁକାବିଲା ମୁଦାଲା କରିଛି; ମୋର ଔରସ ସନ୍ତାନ ନ ଥିବାରୁ ମୁଁ ଗୋଟିଏ ପୋଷିଆଁ ପୁଅ କରିଛି)

ତୁ ଫେରାଦ ହଉଛୁ ୟାହାକୁ ସେ ଘଇତା କରିଛି ତାହାକୁ—ଢଗ

୧୮: (ଘର) କରି ରହିବା; ବାସ କରିବା — ୧୮. To live after setting up (a house).

ସଂସାର ଭିତରେ ଘର କରୁଥିଲେ ପଥର ପଡ଼ିଲେ ସହି—ଢଗ

୧୯: ପାଗରେ ପରିଣତ ହେବା — ୧୯. To turn into such or such weather.

(ଯଥା— ଆଜି ଭାରି କୁହୁଡ଼ି କରିଛି; ଆଜି କୋହୋଲା ବା ମେଘୁଆ କରିଛି)

୨: ରଚନା କରିବା —୨୦. To compose.

(ଯଥା—ଗୀତ କରିବା; ବହି କରିବା)

ଗ୍ରା. (ଇତର) କ୍ରି —

ସହବାସ କରିବା; ସଙ୍ଗମ କରିବା — To cohabit.