କରୁଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଣ
ଉଚ୍ଚାରଣ: Karuṇa

ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କରଣ. ଉନ) —

୧: ସାହିତ୍ୟରେ ଦୟାଭାବ ପୂର୍ଣ୍ଣ ରସବିଶେଷ; ୟାହାଦ୍ବାରା ମନରେ ଦୟା ବା କରୁଣା ଉଦ୍ରେକ ହୁଏ ('ରସ' ତଳେ ନୋଟ ଦେଖ) — ୧. (Rhetoric) Pathos; the pathetic sentiment in literature.

୨: ଅନୁକମ୍ପା; ଅନ୍ୟର ଦୁଃଖ ଦେଖିଲେ ମନରେ ଉଦିତ ହେବା ଦୟାଭାବ —୨. Pity.

୩: ବୃକ୍ଷବିଶେଷ; ଏକ ପ୍ରକାର ଲେମ୍ବୁ ଗଛ ଓ ଫଳ — ୩. Name of a lemon tree and its sour fruit.

୪: ବୁଦ୍ଧବିଶେଷ (ହି. ଶବ୍ଦସାଗର) — ୪. Name of an incarnation of the Buddha.

୫: ପରମେଶ୍ବର (ହି. ଶବ୍ଦସାଗର) —୫. God.

୬: କାଳିକାପୁରାଣୋକ୍ତ ତୀର୍ଥବିଶେଷ— (ହି. ଶବ୍ଦସାଗର) — ୬. Name of a sacred place mentioned in the Kāḻikā purāṇa.

ସଂ. ବିଣ. (+କର୍ମ. ଉନ) —

୧: ଦୟାଳୁ — ୧. Kind; merciful.

୨: ପର ଦୁଃଖରେ କାତର —୨. Compassionate.

୩: କୋମଳହୃଦୟ; କରୁଣାର୍ଦ୍ଦ୍ର — ୩. Tender-hearted.

୪: ୟାହା ହୃଦୟରେ ଦୟାର ଉଦ୍ରେକ କରେ; କରୁଣା— ଜନକ —୪. Pathetic; doleful; piteous; pitiable; plaintive.

ଆପଣା ଆଜ୍ଞାକାରୀ ଭ୍ରାତୃ ଚାରିଙ୍କର କରୁଣ ଗିର ଶୁଣି ବିକଳ ୟୁଧିଷ୍ଠିର—କୃଷ୍ଣସିଂହ. ମହାଭାରତ. ଆଦି