କର୍କର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍କର
ଉଚ୍ଚାରଣ: Karkara

ସଂ. ବି. (କର୍କ=ସୌନ୍ଦର୍ୟ୍ୟ+ରା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ; ୟାହା ସମ୍ମୁଖରେ ଥିବା ବସ୍ତୁର ସୌନ୍ଦର୍ୟ୍ୟକୁ ପ୍ରତିଫଳିତ କରେ) —

୧: ଦର୍ପଣ —୧. Mirror.

୨: ଗୋଡ଼ି; ବାଲିଗରଡ଼ା —୨. Gravel.

୩: ମୁଦ୍ଗର —୩. Dum-bell; mallet.

୪: ହାଡ଼ —୪. A bone (M.W.)

୫: ମହାଭାରତୋକ୍ତ ନାଗବିଶେଷ — ୫. Name of a mythological serpent.

୬: ଗେଙ୍ଗୁଟି —୬. Limestone-nodule.

୭: ଖର୍ଜୁରବିଶେଷ — ୭. A species of date (M.W.)

ସଂ. ବିଣ (କର୍କ=ସୌନ୍ଦର୍ୟ୍ୟ+ରା. ଧାତୁ+କର୍ତ୍ତୃ. ଅ) —

୧: କର୍କଶ —୧. Rasping harsh.

୨: ଦୃଢ଼; କଠିନ —୨. Hard; firm.