କର୍କଶ
କର୍କଶ —
ଉଚ୍ଚାରଣ: Karkaṡa
ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) —
୧: କରଞ୍ଜ ଗଛ — ୧. Pongamia Indica (tree)
୨: ଆଖୁ; ଇକ୍ଷୁ —୨. Sugarcane.
୩: କାସମର୍ଦ୍ଦ; କାଶିନ୍ଦି ଗଛ (ଦେଖ) — ୩. Kāṡindi tree (See)
୪: କାମ୍ପିଲ୍ୟ (ଦେଖ) — ୪. Kāmpilya (See)
୫: ଖଡ୍ଗ —୫. Sword.
୬: ଅଚିକ୍ଣତା —୬. Roughness.
ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) —
୧: ଦୃଢ଼; କଠିନ; କଠୋର — ୧. Harsh; hard.
କର୍କଶ ନୋହିବା ଭାରତିରେ—କବିସୂର୍ଯ୍ୟ. କିଶୋରୀଚମ୍ପୂ. କ ଗୀତ
୨: ଖରସ୍ପର୍ଶ; ଅମସୃଣ; ଅଚିକ୍କଣ — ୨. Rough; uneven.
୩: ସାହସିକ —୩. Courageous.
୪: ବିବେକହୀନ —୪. Unconscientious; unscrupulous.
୫: କଠୋରହୃଦୟ; କ୍ରୂର; ନିର୍ଦ୍ଦୟ; ନିଷ୍ଠୁର — ୫. Cruel; unfeeling; inhuman; hard-hearted.
୬: ଶ୍ରୁତିକଟୁ —୬. Shrill; rude; rasping; grating.
୭: କଟୁ; ପରୁଷ —୭. Unpleasant.
୮: କୃପଣ —୮. Miserly.
ଦେ. ବିଣ. —
ଜ୍ବର ହେବା ପୂର୍ବରୁ ମୋଡ଼ି ଭିଡ଼ି ହେବା (ଦେହ); ଜ୍ବର ପୂର୍ବରୁ ବେଦନା ଅନୁଭବ କରିବା (ଦେହ) — (body) With a feeling of sickness before an attack of fever.
(ଯଥା—ମୋ ଦିହଟା ଭାରି କର୍କଶ ହେଉଛି, ସମ୍ଭବତଃ ରାତିକି ଜର ହେବ)