କର୍ଣ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣ
ଉଚ୍ଚାରଣ: Karṇṇa

ସଂ. ବି. (କର୍ଣ୍ଣ ଧାତୁ=ଶୁଣିବା+କରଣ. ଅ) —

୧: କାନ — ୧. Ear.

୨: ସମକୋଣ ତ୍ରିଭୁଜର ତେର୍ଚ୍ଛା ରେଖା — ୨. The hypotenuse of a right-angled triangle.

୩: (କୃ ଧାତୁ+କର୍ତ୍ତୃ. ନ; ନାମ)—କୁନ୍ତୀଙ୍କର ଅବିବାହିତ ଅବସ୍ଥାରେ ସୂର୍ଯ୍ୟଙ୍କ ଔରସ କାନୀନ ପୁତ୍ର — ୩. Name of a king of Angadeṡa; the son of Kuntī by the Sun-God when she was a maiden.

[ଦ୍ର—ଏ ସୂର୍ଯ୍ୟଙ୍କ ଔରସ ଜାତ କୁମାରୀ କୁନ୍ତୀଙ୍କ କାମୀନ ପୁତ୍ର ଥିଲେ ଲୋକଲଜ୍ଜାଭୟରେ କୁନ୍ତୀ ଏ ଶିଶୁକୁ ଗୋଟିଏ ପେଡ଼ାରେ ପୂରାଇ ନଈରେ ଭସାଇ ଦେଲେ ଉକ୍ତ ପେଡ଼ାକୁ ସୂତ ନାମକ ସାରଥି ପାଇ ସେ ପିଲାକୁ ଆପଣା ସ୍ତ୍ରୀ ରାଧାଙ୍କଦ୍ବାରା ପାଳିଲେ ଏଥିଯୋଗୁଁ କର୍ଣ୍ଣଙ୍କୁ ସୂତପୁତ୍ର ଓ ରାଧେୟ ବୋଲା ୟାଉଥିଲା ଏ ବାଲ୍ୟକାଳରେ ଦ୍ରୋଣାଚାର୍ୟ୍ୟଙ୍କଠାରୁ କୌରବ ଓ ପାଣ୍ଡବଙ୍କ ସହିତ ଅସ୍ତ୍ରଚାଳନବିଦ୍ୟା ଶିକ୍ଷା କଲେ ଏହାଙ୍କର ଅର୍ଜୁନଙ୍କ ପରି ଅସ୍ତ୍ରକୌଶଳ ଦେଖି କୌରବମାନେ ଏହାଙ୍କୁ ମିତ୍ରରୂପେ ଗ୍ରହଣ କଲେ ଓ ଦୁର୍ଯୋଧନ ଏହାଙ୍କୁ ଦେଶର ରାଜା କରିଥିଲେ ଏ ପରଶୁରାମଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ ଏ ଜରାସନ୍ଧ ସଙ୍ଗେ ୟୁଦ୍ଧ କରି ଜୟଲାଭ କରିଥିଲେ କିନ୍ତୁ ଗନ୍ଧର୍ବଙ୍କ ସହ ୟୁଦ୍ଧ କରି ପରାଜିତ ହୋଇଥିଲେ ଏହାଙ୍କ ଦାତାପଣ ପୁରାଣ ଓ ଲୋକ— ପ୍ରସିଦ୍ଧ ଏ ସତ୍ୟପାଳନ କରି ଆପଣାର ଏକମାତ୍ର ପୁତ୍ରକୁ ସ୍ବହସ୍ତରେ ହାଣି ତା ମାଂସ ରାନ୍ଧି ବ୍ରାହ୍ମଣକୁ ଭୋଜନ ଦେଇଥିଲେ ଓ ବ୍ରାହ୍ମଣ— ବେଶଧାରୀ ବିଷ୍ଣୁଙ୍କ ବଳରେ ମୃତ ପୁତ୍ର ଜୀବିତ ହେଲା ଏ ଅର୍ଜୁନଙ୍କର ବିଦ୍ବେଷୀ ଥିଲେ ମହାଭାରତ ୟୁଦ୍ଧର ସପ୍ତଦଶ ଦିବସରେ ଏ ଅର୍ଜୁନଙ୍କଦ୍ବାରା ନିହତ ହୋଇଥିଲେ; ଏହାଙ୍କର ଅନ୍ୟ ନାମ ଦାତାକର୍ଣ୍ଣ; କିନ୍ତୁ କେହି କେହି ଦାତାକର୍ଣ୍ଣଙ୍କୁ ଏ କର୍ଣ୍ଣଙ୍କଠାରୁ ପୃଥକ୍ ବୋଲି କହନ୍ତି]

୩: (କର୍ଣ୍ଣି ଧାତୁ+କର୍ତ୍ତୃ. ଅ)—ନୌକାର ଆହୁଲା — ୩. The rudded of vessel.

୪: ନୌକାର ମଙ୍ଗଧରା ନାମକ ଦଣ୍ଡ —୪. The helm.

୫: (କୃ ଧାତୁ=ବିକ୍ଷେପ କରିବା+କର୍ମ. ନ)—ଯେଉଁ ସରଳରେଖାଦ୍ବାରା ସମଚତୁର୍ଭୁଜର ଦୁଇ ସମ୍ମୁଖସ୍ଥ କୋଣ ସଂଯୁକ୍ତ ହୁଏ —୫. Diagonal.

ଦେ. ବି. ପୁଂ —

୧: ଲୋକଙ୍କ ନାମ — ୧. Name of males.

୨: (ନାମ) କବିକର୍ଣ୍ଣ; କର୍ଣ୍ଣ ନାମକ ଜଣେ ବଙ୍ଗୀୟ କବି — ୨. Name of a Bengalee poet.

(ଯଥା—ଏହାଙ୍କ ବଙ୍ଗଳା ଭାଷାର ସତ୍ୟନାରାୟଣପାଲାର ଗୀତ ଓଡ଼ିଶାରେ ଅବଧି ବୋଲାଯାଏ)