କର୍ତ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତା
ଉଚ୍ଚାରଣ: Karttā
(କର୍ତ୍ତ୍ରୀ—ସ୍ତ୍ରୀ)

ସଂ. ବି. ପୁଂ. (କୃ ଧାତୁ+କର୍ତ୍ତୃ. ତୃ; କର୍ତ୍ତୃ ଶବ୍ଦ ୧: ମା. ୧: ବ.) —

୧: (ବ୍ୟାକରଣ) କାରକବିଶେଷ; ଯେ କୌଣସି କର୍ମ ସମ୍ପାଦନ କରେ ବା କରାଏ —(Grammar) The nominative case.

୨: ସୃଷ୍ଟିକାରକ; ସର୍ଜନାକାରୀ —୨. Creator.

୩: କର୍ମ କରିବା ବ୍ୟକ୍ତି; କାର୍ୟ୍ୟକାରକ — ୩. Doer of a work; performer.

୪: କାର୍ୟ୍ୟାଧ୍ୟକ୍ଷ; କାମ ତନଖିବା ବ୍ୟକ୍ତି — ୪. Agent; superintendent; supervisor.

୫: ପ୍ରଭୁ; ମୁଖ୍ୟବ୍ୟକ୍ତି; ଅଧକ୍ଷ; ମାଲିକ —୫. Master; headman; chief; principal.

୬: ଗ୍ରନ୍ଥକାର; ରଚକ — ୬. Auther; writer; composer.

୭: ନିର୍ମାତା; ପ୍ରସ୍ତୁତକାରୀ; ତିଆରି କଲାବାଲା — ୭. Maker; manufacturer.

୮: ଗୃହସ୍ବାମୀ; ପରିବାରର ମୁଖ୍ୟବ୍ୟକ୍ତି — ୮. The master of the house; head of the family.

୯: କୌଣସି ନିତ୍ୟ ନୈମିତ୍ତିକ ଅନୁଷ୍ଠାନରେ କ୍ରିୟା କର୍ତ୍ତା ବା ୟଜମାନ —୯. One who performs the rituals in a ceremony as the principal.

ଦେ. ବି. —

୧: କନ୍ୟାକର୍ତ୍ତା; ବିବାହବେଦିରେ ଯେଉଁ ବ୍ୟକ୍ତି କନ୍ୟାକୁ ବରର ହାତରେ ପ୍ରଦାନ କରନ୍ତି —୧. Bride's guardian; the person who gives away a girl in marriage.

୨: ବରକର୍ତ୍ତା; ବିବାହରେ ବରପକ୍ଷର ଅଭିଭାବକ — ୨. Bridegroom's guardian.

୩: (କଚିରିଆ) କାରବାର ବା ମକଦମା ଆଦିରେ କାର୍ପର୍— ଦାଜଙ୍କ ଅସଲ ମାଲିକ — ୩. An agent's principal in a business.

ପ୍ରାଦେ. (ସମ୍ବଲପୁର) ବି. —

ଗୁଡ଼ ପାଗ ହେଲେ ତାକୁ 'ଡୋଲି' ବା ଖଣ୍ଡଖଣ୍ଡ କରିବା ପାଇଁ ଯେଉଁ ମାଟିର ବଡ଼ ଚକଟା ଥାଳିରେ ଢାଳନ୍ତି —A big and shallow earthen pan into which boiled molasses are poured for preparing 'Doli' or lumps.

[ଦ୍ର—ଏହି ଶବ୍ଦ ସଙ୍ଗେ ବ୍ୟବହୃତ ଶବ୍ଦ—ବରକର୍ତ୍ତା; କନ୍ୟାକର୍ତ୍ତା; ଋଣକର୍ତ୍ତା; ଗୃହକର୍ତ୍ତା; ଗ୍ରନ୍ଥକର୍ତ୍ତା ଇତ୍ୟାଦି]