କର୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମ
ଉଚ୍ଚାରଣ: Karma

ସଂ. ବି (କୃ ଧାତୁ+କର୍ମ. ମନ୍; କର୍ମନ୍ ଶବ୍ଦ ୧: ମା. ୧: ବ) —

୧: କାର୍ଯ୍ୟ; କ୍ରିୟା —୧. An act; work; action; deed; function.

୨: ଅଦୃଷ୍ଟ; ଭାଗ୍ୟ —୨. Fate; luck; Fortune.

୩: (ବ୍ୟାକରଣ) କାର୍କବିଶେଷ; ୟାହା ପ୍ରତି କୌଣସି ସକର୍ମକ କ୍ରିୟା ପ୍ରଯୁକ୍ତ ହୁଏ; ଦ୍ବିତୀୟା ବିଭକ୍ତିର କାରକ — ୩. (Grammar) The objective case.

୪: କାର୍ଯ୍ୟସ୍ଥାନ; ପଦବୀ —୪. An office; a post.

୫: ବ୍ୟବସାୟ; ବୃତ୍ତି —୫. Occupation; a calling; business.

୬: କର୍ତ୍ତବ୍ୟ କାର୍ଯ୍ୟ —୬. Duty.

୭: (ବ୍ୟାକରଣ) ସକର୍ମକ କ୍ରିୟାର ସାଧନୀୟ ବିଷୟ; କର୍ତ୍ତା ୟାହା ପ୍ରତି କୌଣସି କ୍ରିୟା ସାଧନ କରେ — ୭. (Grammar) The object of a transitive verb.

୮: ସାଂସାରିକା ଧର୍ମ; ସାଂସାରିକ କାର୍ଯ୍ୟ — ୮. Worldly duties and affairs.

୯: ନିତ୍ୟ ବା ନୈମିତ୍ତିକ ଶାସ୍ତ୍ରୋକ୍ତ ଅନୁଷ୍ଠାନ — ୯. A prescribed rite or ceremony.

ଏତେ ପାଞ୍ଚିଣ ଷୋଡ଼ଷୋତ୍ତର କର୍ମ କଲା, ଶୁକ୍ରଙ୍କୁ ଡକାଇ କରି କର୍ମରେ ବସିଲା—ପୀତାମ୍ବର. ନୃସିଂହପୁରାଣ

୧: ଧର୍ମକ୍ରିୟା —୧୦. Religious performance or observance; religious rite.

୧୧: (ଦର୍ଶନ) ନିଜକୃତ ପାପ ପୁଣ୍ୟାଦି କ୍ରିୟା — ୧୧. (Philosophy) One's own actions, sinful or meritorious.

୧୨: ଚାକିରି —୧୨. Service; appointment; employment.

୧୩: ପ୍ରଯୋଜନୀୟତା —୧୩. Use; utility; necessity.

୧୪: କାର୍ଯ୍ୟ କରିବାର ଅବସ୍ଥା —୧୪. Activity.

୧୫: କମ; କାରିଗରୀ — ୧୫. Artistic work; work of art.