କଲିକତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲିକତା
ଉଚ୍ଚାରଣ: Kalikatā
কলিকাতা कलिकत्ता

ଦେ. ବି. (ନାମ) —

ହୁଗୁଳୀନଦୀ ତୀରସ୍ଥ ବଙ୍ଗପ୍ରଦେଶର ଆଧୁନିକ ରାଜଧାନୀ —Calcutta.

[ଦ୍ର—ଏହା ପୂର୍ବେ ଗୋଟିଏ କ୍ଷୁଦ୍ର ଗ୍ରାମ ଥିଲା ଇଷ୍ଟଇଣ୍ଡିଆ କୋମ୍ପାନି ମୋଗଲ ବାଦସାହାଙ୍କ ଅଧୀନ ବଙ୍ଗନବାବଙ୍କଠାରୁ ଏ ସ୍ଥାନ ପଟା ନେଇ ବାଣିଜ୍ୟାର୍ଥ ଏଠାରେ ଗୋଟିଏ କୋଠୀ ସ୍ଥାପନ କରିଥିଲେ; ପରେ ଏଠାରେ ଗୋଟିଏ ଦୁର୍ଗ (ଫୋର୍ଟ ଉଇଲିୟମ୍) ନିର୍ମାଣ କରି କ୍ରମଶଃ ବଙ୍ଗର ନବାବଙ୍କ— ଠାରୁ ଏହା ଅଧିକାର କରି ରାଜ୍ୟବିସ୍ତାର କଲେ କଲିକତାର କାଳୀଠାକୁରାଣୀ ଭାରତପ୍ରସିଦ୍ଧ ଏହା ପୂର୍ବେ ଇଂରାଜଶାସିତ ଭାରତବର୍ଷର ରାଜଧାନୀ ଥିଲା; ବର୍ତ୍ତମାନ ୧୯୧୧: ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଅଛି]