କଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳା
ଉଚ୍ଚାରଣ: Kaḻā

ସଂ. ବି. ସ୍ତ୍ରୀ. (କଳ ଧାତୁ=ଶବ୍ଦ କରିବା+କର୍ମ. ଅ+ସ୍ତ୍ରୀ. ଆ) —

୧: ଅଂଶ —୧. Part; portion.

(କଳା ଯେ ବହଇ ଷୋଡ଼ଶ ଅନାଦି ପରମପୁରୁଷ) ଜଗନ୍ନାଥ. ମହାଭାରତ

୨: ଚନ୍ଦ୍ରଙ୍କର ଷୋଡ଼ାଶ ଭାଗରୁ ଏକଭାଗ; ଚନ୍ଦ୍ରକଳା — ୨. A digi or ୧/୧୬ part of the moon's disc; a phase of the moon.

[ଦ୍ର—ପୁରାଣରେ ଲେଖା ଅଛି ଯେ ଚନ୍ଦ୍ରଙ୍କଠାରେ ଅମୃତ ଅଛି; ଦେବତାମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ଶେଷକଳାକୁ ଅମାବାସ୍ୟା ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦିଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ ଲେଖାଁଏ ବଢନ୍ତି ଚନ୍ଦ୍ରଙ୍କର ନିମ୍ନଲିଖିତ କଲାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ଣପ୍ରତିପଦ— ଠାରୁ ଆରମ୍ଭ କରି ଖାଆନ୍ତି ୟାଥା—୧: ଅମୃତା—ଅଗ୍ନି; ୨: ମାନଦା—ସୂର୍ଯ୍ୟ; ୩: ପୂଷା—ବିଶ୍ବେଦେବା; ୪: ପୁଷ୍ଟି— ବରୁଣ; ୫: ତୁଷ୍ଟି—ବଷଟ୍କାର; ୬: ରତି—ଇନ୍ଦ୍ର; ୭: ଧୃତି— ଦେବର୍ଷିଗଣ; ୮: ଶଶନୀ—ଅଜ ଏକପାତ୍; ୯: ଚନ୍ଦ୍ରିକା—ୟମ; ୧: କାନ୍ତି—ବାୟୁ; ୧୧: ଜ୍ଯୋତ୍ସ୍ନା—ଉମା; ୧୨: ଶ୍ରୀ—ପିତୃଗଣ; ୧୩: ପ୍ରୀତି—କୁବେର; ୧୪: ଅଙ୍ଗଦା—ପଶୁପତି; ୧୫: ପୂର୍ଣ୍ଣା —ପ୍ରଜାପତି; ୧୬: ପୂର୍ଣ୍ଣାମୃତା—ଜଳ ଓ ଓଷଧିଗଣ— ହି. ଶବ୍ଦସାଗର]

୩: ଗୀତ ବାଦ୍ୟ ଆଦି ୬୪:ଟି ଶିଳ୍ପବିଦ୍ୟା — ୩. The elegant arts; the fine arts, which are ୬୪ in number; dancing etc.

[ଦ୍ର—ସ୍ତ୍ରୀମାନେ ଏ କଳାମାନ ଉତ୍ତମରୂପେ ଜାଣିବା ଉଚିତ କାମଶାସ୍ତ୍ର ଅନୁସାରେ ୬୪: କଳାର ନାମ:—୧: ଗୀତ; ୨: ବାଦ୍ୟ; ୩: ନୃତ୍ୟ; ୪: ନାଟକାଭିନୟ; ୫: ଆଲେଖ୍ୟ ବା ଚିତ୍ରଣ;

୬: ବିଶେଷକଚ୍ଛେଦ ବା ଚିତାଲେଖା; ୭: ଚାଉଳ ଓ ଫୁଲରେ ଚିତ୍ର— ରଚନା; ୮: ପୁଷ୍ପାସ୍ତରଣ; ୯: ଦଶନବସନାଙ୍ଗରାଗ; ୧: ମଣି— ଭୂମିକା; ୧୧: ଶୟନରଚନା; ୧୨: ଉଦକବାଦ୍ୟ (ଜଳତରଙ୍ଗ ବାଦ୍ୟ); ୧୩: ଉଦକଘାତ (ସୁବାସିତ ଜଳସେଚନ); ୧୪: ଚିତ୍ର— ଯୋଗ (ବୁଦ୍ଧ, ୟୁବକ ଆଦିଙ୍କ ଅବସ୍ଥା ପରିବର୍ତ୍ତନ କରିବା); ୧୫: ମାଲ୍ୟ— ଗ୍ରଥନ; ୧୬: କେଶଶେଖରାପୀଡ଼ଯୋଜନ (ମୁଣ୍ଡରେ ପୁଲ ସଜାଇବା); ୧୭: ନେପଥ୍ୟଯୋଗ (ଦେଶକାଳପାତ୍ରାନୁସାରେ ବସ୍ତ୍ରଭୂଷଣାଦି ପରିଧାନ); ୧୮: କର୍ଣ୍ଣପତ୍ରଭଙ୍ଗ (କାନକୁ ବେଶଦ୍ବାରା ଶୋଭିତ କରିବା); ୧୯: ସୁଗନ୍ଧଯୋଜନା; ୨: ଭୂଷଣ; ୨୧: ଇନ୍ଦ୍ରଜାଲ; ୨୨: କୌଚୁମାରଯୋଗ (ଅସୁନ୍ଦରକୁ ସୁନ୍ଦର କରିବା); ୨୩: ହସ୍ତ— ଲାଘବ; ୨୪: ନାନା ପ୍ରକାରର ଶାକବ୍ୟଞ୍ଜନାଦି ପ୍ରସ୍ତୁତକରଣ; ୨୫: ପ୍ରପାନକ ପ୍ରସ୍ତୁତକରଣ; ୨୬: ସୂଚୀକର୍ମ (ଛୁଞ୍ଚିରେ ନାନା ପ୍ରକାର କାରିଗରୀ); ୨୭: ସୂତ୍ରକର୍ମ; ୨୮: ପ୍ରହେଳିକା; ୨୯: ପ୍ରତିମାଳା ବା ଶ୍ଳୋକାନ୍ତ ଆବୃତ୍ତି; ୩: ଦୁର୍ବାଚକଯୋଗ—(କଠିନ ଶବ୍ଦ ବା ବାକ୍ୟର ତାତ୍ପର୍ୟ୍ୟ ବାହାର କରିବା); ୩୧: ପୁସ୍ତକ— ବାଚନ; ୩୨: ନାଟକାଖ୍ୟାୟିକାଦର୍ଶନ; ୩୩: କାବ୍ୟସମସ୍ୟା— ପୂର୍ତ୍ତି; ୩୪: ବେତାରେ ପଟ୍ଟୀ ଓ ଖଟରେ ଲେବାନ୍ ଆଦି ବୁଣିବା; ୩୫: ତର୍କକର୍ମ; ୩୬: ବଢେଇକାମ; ୩୭: ଗୃହନିର୍ମାଣ; ୩୮: ଧାତୁ ଓ ରତ୍ନପରୀକ୍ଷା; ୩୯: ଧାତୁବାଦ (ମିଶ୍ରିତଧାତୁରୁ ଅସଲ ଧାତୁ ପୃଥକ୍ କରିବା); ୪: ମଣିରାଗଜ୍ଞାନ; ୪୧: ଖଣିବିଦ୍ୟା; ୪୨: ବୃକ୍ଷାୟୁର୍ବେଦଯୋଗ; ୪୩: ମେଷକୁକ୍କୁଟଶାବକୟୁଦ୍ଧବିଧି; ୪୪: ଶୁକସାରିକାପ୍ରପାଳନ; ୪୫: ଉତ୍ସାଦନ ବା ସୁଗନ୍ଧ ଲେପନ; ୪୬: କେଶମାର୍ଜନକୌଶଳ; ୪୭: ଅକ୍ଷରମୁଷ୍ଟିକାକଥନ; ୪୮: ମ୍ଳେଚ୍ଛଭାଷାଜ୍ଞାନ; ୪୯: ଦେଶଭାଷାଜ୍ଞାନ; ୫: ଦୈବୀ— ଘଟନାରୁ ଭବିଷ୍ୟତ୍ ବିଷୟ ଜାଣିବା; ୫୧: ଯନ୍ତ୍ରନିର୍ମାଣ; ୫୨: ଧାରଣ ମାତୃକା; ୫୩: ଅନ୍ୟର ପଢ଼ିବା ଦେଖି ସେହିପରି ପଢ଼ିଯିବା; ୫୪: ଅନ୍ୟର ମନ ଅନୁସାରେ କବିତା ରଚନା; ୫୫: କ୍ରିୟାବିକଳ୍ପ; ୫୬: ଛଳିତକଯୋଗ; ୫୭: ଅଭିଧାନକୋଷଛନ୍ଦୋଜ୍ଞାନ; ୫୮: ବସ୍ତ୍ରଗୋପନା; ୫୯: ବାଳକ୍ରିଡ଼ାକର୍ମ; ୬: ଦ୍ୟୁତକ୍ରୀଡ଼ା; ୬୧: ବିନୟ ଓ ଶିଷ୍ଟାଚାରଜ୍ଞାନ; ୬୨: ପଶା ଆଦି କ୍ରୀଡ଼ା; ୬୩: ବୈଜୟିକୀବିଦ୍ୟାଜ୍ଞାନ; ୬୪: ବୈତାଳିକୀ ବିଦ୍ୟାଜ୍ଞାନ— ହି. ଶବ୍ଦସାଗର]

୪: ଅତି ଅଳ୍ପ ସମୟ; ପ୍ରାୟ ୮: ସେକେଣ୍ଡ; ୩: କାଷ୍ଠା — ୪. A minute division of time; about ୮ second.

କୁସୁମ ଚୁମ୍ବି ମଧୁକର ଛାଡ଼ଇ କଳା ମାତ୍ରକେ ଆନ ଫୁଲ ଲୋଡ଼ଇ—ଦୀନକୃଷ୍ଣ ରସକଲ୍ଲୋଳ

୫: (ଗଣିତ) ଏକ କଡ଼ାର ୧୬: ଭାଗରୁ ୧: ଭାଗ — ୧/୧୬ part of a cowri (shell-memory).

୬: (ଜ୍ଯୋତିଷ) ରାଶିର ୧୮: ଭାଗରୁ ଭାଗେ — ୬. (Astronomy) The ୧୮୦th part of the Zodiacal sign; ten minutes of a degree.

୭: ସୁଧ; କଳନ୍ତର —୭. Interest.

୮: ଚିହ୍ନ —୮. Mark.

୯: କଳନ —୯. Estimating; calculating; calculation.

୧: ଜ୍ଯୋତି; ତେଜ —୧୦. Brilliance.

୧୧: କପଟ; ଛଳ —୧୧. Stratagem.

୧୨: ବିଭୁତି; ଐଶ୍ବର୍ୟ୍ୟ — ୧୨. Glory; majesty; wealth.

୧୩: ସାମର୍ଥ୍ୟ —୧୩. Power.

୧୪: ଶୌର୍ୟ୍ୟାଦି ଗୁଣ — ୧୪. Good manly qualities.

୧୫: ନୌକା —Boat.

୧୬: ସଂଖ୍ୟା —୧୬. Number.

୧୭: ସ୍ତ୍ରୀରଜଃ —୧୭. The menstrual flux; the generative fluid in woman.

୧୮: ବିଭୀଷଣଙ୍କ ଜ୍ଯେଷ୍ଠା କନ୍ୟା — ୧୮. The eldest daughter of Bibhīshaṇa.

୧୯: ମରୀଚି ଋଷିଙ୍କ ପତ୍ନୀ — ୧୯. The wife of sage Marīchi.

୨: ଜଗତରେ ଯେଉଁ ସତ୍ୟ ଓ ସୌନ୍ଦର୍ୟ୍ୟ ନିହିତ ଥାଇ ମଧ୍ୟ ସାଧାରଣ ଦୃଷ୍ଟିରେ ଅଗୋଚର ରହିଅଛି, ତାହାକୁ ନିଜର କଳ୍ପନାଛାଞ୍ଚରେ ଢାଳି ଜଗତ୍ ସମକ୍ଷରେ ପ୍ରକାଶ କରିବାର ରୀତି — ୨୦. The art of expressing hidden beauties and truths of Nature.

୨୧: ସୂର୍ଯ୍ୟଙ୍କ ତେଜର ବାରଗୋଟି ଭାଗ ବା ଅଂଶ — ୨୧. One of the twelve parts of the sun's rays.

[ଦ୍ର—୧୨: ସଂକ୍ରାନ୍ତି ବିଚାରରେ ସୂର୍ଯ୍ୟଙ୍କର ୧୨: ନାମ ଅଛି; ଏହି ୧୨:ଟି ସୂର୍ଯ୍ୟଙ୍କର ତେଜକୁ କଳା କହନ୍ତି—୧: ବିବସ୍ବାନ୍ଙ୍କ କଳା ତପିନୀ; ୨: ଅର୍ୟ୍ୟମା—ତାପିନୀ; ୩: ପୂଷା—ଧୁମ୍ରା; ୪: ତ୍ବଷ୍ଟା— ମରୀଚି; ୫: ସବିତା—ଜ୍ବାଳିନୀ; ୬: ଭଗ—ରୁଚି; ୭: ଧାତା— ସୁଷୁମ୍ଣା; ୮: ବିଧାତା—ଭୋଗଦା; ୯: ବରୁଣ—ବିଶ୍କା; ୧: ମିତ୍ର—ବୋଧିନୀ; ୧୧: ଶୁକ୍ର—ଧାରିଣୀ; ୧୨: ଉରୁକ୍ରମ— କ୍ଷମା—ହି. ଶବ୍ଦସାଗର]

୨୨: ଅଗ୍ନିମଣ୍ଡଳର ୧: ଭାଗରୁ ଏକ ଭାଗ — ୨୨. One of the ten parts of fire.

(ଯଥା—୧: ଧୂମ୍ରା; ୨: ଅର୍ଚି; ୩: ଉଷ୍ମା; ୪: ଜ୍ବଳିନୀ; ୫: ଜ୍ବାଳିନୀ; ୬: ବିଷ୍ଫୁଲିଙ୍ଗିନୀ; ୭: ଶ୍ରୀ; ୮: ସୂରୂପା; ୯: କପିଳା; ୧: ହବ୍ୟକବ୍ୟବାହ)

୨୩: ଚିକିତ୍ସାଶାସ୍ତ୍ର ଅନୁସାରେ ଶରୀରସ୍ଥ ଧାତୁ ମଧ୍ୟରୁ ଏକ —୨୩. One of the component elements of the body.

(ଯଥା—ରକ୍ତ, ମେଦ, ମାଂସ, କଫ, ମୂତ୍ର, ପିତ୍ତ, ବୀର୍ୟ୍ୟ)

୨୪: କୌଶଳ —୨୪. Skill.

୨୫: ଜହ୍ବା (ହି. ଶବ୍ଦସାଗର) — ୨୫. Tongue.

୨୬: ବର୍ଣ୍ଣ; ଅକ୍ଷର (ହି. ଶବ୍ଦସାଗର) — ୨୬. Letter.

୨୭: ଯନ୍ତ୍ର (ହି. ଶବ୍ଦସାଗର) — ୨୭. Machinery.

কাল, কালা काला

ଦେ. ବି. (ସଂ. କାଳ) —

୧: କୃଷ୍ଣବର୍ଣ୍ଣ — Black colour; dark colour.

କୁଚ ଅଛା ୟାହା ଦିଶିଲା କଳାମଯେ, ହର ଶିରେ କସ୍ତୁରୀ ମଣ୍ଡିଲା ପରାଯେ—କୃଷ୍ଣସିଂହ. ମହାଭାରତ. ଆଦି

୨: ଦୀପକଳା — Lamp-black.

୩: କାଳୀ; ମସୀ —୩. Ink.

୪: କୃଷ୍ଣାଞ୍ଜନ; କଜ୍ଜଳ; ଆଖିରେ ଘେନିବା କଳା — ୪. Collyrium.

୫: କଳଙ୍କ —୫. Taint; scandal.

୬: କଳାରଙ୍ଗ —୬. Black paint.

୭: କଳାଦାଗ —୭. Black spot.

ପ୍ରାଦେ. (ମେଦିନୀ) ବି. (ତୁଳ. ବଂ. କଲା) —

୧: କଦଳି —୧. Plantain.

୨: ଅଳନ୍ଧୁ —୨. House-black.

ଦେ. ବିଣ. —

କୃଷ୍ଣବର୍ଣ୍ଣବିଶିଷ୍ଟ — Of black colour; dark lack.