କଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳି
ଉଚ୍ଚାରଣ: Kaḻi

ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) —

୧: କଳିଯୁଗ; କଳିକାଳ; ହିନ୍ଦୁ ପୁରାଣ ମତରେ ସୃଷ୍ଟିର ୪: ର୍ଥ ଯୁଗ (ଯୁଗ ଦେଖ) —୧. The ୪th age of the world according to the Hindu mythology; the present age of vice (see J̄uga).

କଳିକାଳ ଭିଆଇଲେ ତହିଁର ପାଲଟ ସାରଳା. ମହାଭାରତ. ଉଦ୍ଯୋଗ

୨: ଦ୍ବେଷ; ଶତ୍ରୁତା; ଅଦାଉତି —୨. Enmity; grudge.

୩: କଳହ —୩. Quarrel.

୪: ୟୁଦ୍ଧ —୪. Fight; strife.

୫: ଶୂର —୫. Warrior; a hero.

୬: ପୁଷ୍ପକୋରକ; କଳିକା; କଢ଼; କଢ଼ି — ୬. An unblown flower; a bud.

୭: ମଞ୍ଜରୀ; ଗଜା; ନବପଲ୍ଲବିତ କୋମଳ ପତ୍ର — ୭. Tender shoots; new tender leaves.

୮: ବାହାଡ଼ା (ଗଛ ଓ କୋଳି) — ୮. Belleric myrobalan (tree and berry).

୯: ଦେବତାରୂପେ କଳ୍ପିତ କଳହାଦି —୯. Strife; discord; quarrel and contention personified.

[ଦ୍ର—ଭବିଷ୍ୟ ପୁରାଣମତରେ ଏହାଙ୍କର ପିତା 'କ୍ରୋଧ', ମାତା 'ହିଂସା', ଭଗ୍ନୀ 'ଦୁରୁକ୍ତି', ପୁତ୍ରଦ୍ବୟ 'ଭୟ' ଓ 'ମୃତ୍ୟୁ']

ଦେ. ବି —

ଗଳା; ଗଳାଦେଶ —Neck.