କଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷଣ
ଉଚ୍ଚାରଣ: Kashaṇa

ସଂ. ବି. (କଷ୍ ଧାତୁ=ଆଘାତ କରିବା+ଭାବ. ଅନ) —

୧: କ୍ଳେଶ; ବ୍ଯଥା; କଷ୍ଟ —୧. Pain; trouble.

ତପ କଷଣେ ମୋର ଦେହ ଅତହିଖୀଜ ଥିଲା ହୋଇ ଭୁପତି. ପ୍ରେମପଞ୍ଚାମୃତ

୨: ଛାପ; ଚିହ୍ନ —୨. Mark; trace; stain.

୩: ଘର୍ଷଣ —୩. Rubbing.

୪: କଣ୍ଡ଼ୂୟନ —୪. Scratching.

୫: କଷିବା; ସୁନାକୁ କଷ୍ଟିପଥରରେ ଘଷି ପରୀକ୍ଷା କରିବା — ୫. Testing of gold with a touchstone.

୬: (+କତ୍ତୃ. ଅନ)—ଅପକ୍ବ — ୬. Unripe; immature.

୭: ଦୁଃଖ ଆଦିକୁ ସହିଯିବା; ଆଦରିବା — ୭. Adapting one's self to (M.W.)

ପ୍ରାଦେ. (ସମ୍ବଲପୁର) ବି —

କାୟିକ ପରିଶ୍ରମ — Bodily labour.

ଦେ. ବି —

୧: (ସଂ. କଷାୟ)—ଚମଡ଼ାକୁ ମସଲା ଦେଇ କାର୍ଯୋପଯୁକ୍ତ କରିବା ପ୍ରକ୍ରିଆ —୧. Tanning (Grundy).

୨: ପରଖ —୨. Testing (Rev. Grundy).