କାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇ
ଉଚ୍ଚାରଣ: Kāi
আমপিপিড়া, শিপিপিপিড়া वाड़ल কাইমচি चकनीमिट्टि সজিমাটি रेह; उस

ଦେ. ବି —

୧: ଗଛରେ ଥିବା ନାଲି ଜନ୍ଦା — ୧. A big red ant frequenting mango trees.

ସେ ସିନାଷ୍ଠ ଫଳ ଆମ୍ବ ତୋଲଇ. କାଇ କାମଡ଼ାକୁ ଯେ ପାରେ ସହି— ଗୋପୀନାଥ—ଡାକବଚନ

[ ଦ୍ର—କାଇମାନେ ଜନ୍ଦାଙ୍କ ପରି ଆକୃତିବିଶିଷ୍ଟ କିନ୍ତୁ ନାଲିଆ ଏମାନେ ଜାମୁ ଓ ଆମ୍ବ ଆଦି ଗଛରେ ଥାଆନ୍ତି ଓ ଅଠାଦ୍ବାରା ଆମ୍ବ— ପତ୍ରମାନଙ୍କୁ ଯୋଡ଼ି ଥଳି ବା ମୁଣି ପରି କରି ସେଥିରେ ବସା କରି ରହନ୍ତି ଏମାନଙ୍କ କାମୁଡ଼ା ଭାରି ୟନ୍ତ୍ରଣାପ୍ରଦ ଲୋକେ କାଇ ମାନଙ୍କ ଡିମ୍ବକୁ ବନିଶୀ ପାଇଁ ଚାରା କରି ବନିଶୀକଣ୍ଟାରେ ଫୋଡ଼ି ମାଛ ଧରନ୍ତି]

୨: କାଇମାଟି; ପୀତବର୍ଣ୍ଣ ମୃତ୍ତିକାବିଶେଷ — ୨. Fullers earth.

[ ଦ୍ର—ବଙ୍ଗ ଦେଶରେ ହାଣ୍ଡି ଆଦିରେ କାଇମାଟିର ପୋଛ ଦେଇ ପୋଡ଼ିବାରୁ ହାଣ୍ଡିକୁଣ୍ଢେଇ ନାଲିଆ ହୁଏ ଏ ମାଟିରେ ଲୁହାର ଅଂଶ ଅଛି

୩: ସାଜିମାଟି —୩. Impure carbonate of soda; natron.

[ଦ୍ର—ଏ ମାଟିରେ ସୋଡ଼ାର ଅଂଶ ଥିବାରୁ ଏଥିରେ ଲୁଗା— ଆଦି ବୁଡ଼ାଇ ପାଣିରେ କାଚିସଫା କରାଯାଏ]

ପ୍ରାଦେ. (ମେଦିନୀପୁର) ସର୍ବନାମ —

କେଉଁଠାରେ; କାହିଁ — Where.

ପ୍ରାଦେ (ବସ୍ତର) ସର୍ବନାମ —

କଣ; କିସ —What.