କାକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକ
ଉଚ୍ଚାରଣ: Kāka
(କାକୀ—ସ୍ତ୍ରୀ)

ସଂ. ବି. (କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) —

୧: ବାୟସ; ଗ୍ରାମଚର ପ୍ରସିଦ୍ଧ ପକ୍ଷୀ; କୁଆ — ୧. Crow; rook; raven; corvus.

[ଦ୍ର—ଏହା ଶାଖାଶ୍ରୟୀ ବର୍ଗର ଗ୍ରାମେଚର କୃଷ୍ଣବର୍ଣ୍ଣ ପକ୍ଷୀ; ଏହାର ବେକ ଧୂସର, ଏକଜାତୀୟ ସାଧାରଣ କାକ ଗ୍ରାମେଚର (house crow, corvus splendens) ଆଉ ଏକଜାତୀୟ କାକ (ସଂ. ଦ୍ରୋଣକାକ; ଓ ଡାମରାକୁଆ ଅରଣ୍ୟଚର ଓ ସାଧାରଣ କାକଙ୍କ ଅପେକ୍ଷା ବଡ, ଏହାଙ୍କ ବେକ ମଧ୍ୟ କଳା (Jungle crow; corvus macrorhynchus) କୁଆ ଆଖିର ଡୋଳାକୁ ବୁଲାଇ ଚାହିଁ ପାରେ ନାହିଁ ସେ ପାଖଆଡ଼କୁ ଚାହିଁଲେ ମୁଣ୍ଡକୁ ବୁଲାଇ କିଛି ଚାହେଁ କୋଇଲି ନିଜର ଡିମ୍ବକୁ ଫୁଟାଇ ନ ପାରି କୁଆର ଅଜାଣତରେ ନିଜର ଡିମ୍ବକୁ ଆଣି କୁଆର ବସାରେ ଥୋଇଯାଏ ଓ କୁଆ ସେ ଡିମ୍ବକୁ ପୁଟାଇ ଛୁଆକୁ ଅଧାର ଦେଇ ପାଳେ ଓ କୋଇଲି ଛୁଆ ଉଡ଼ି ପାରିଲାରୁ ମାଆ କୁଆ ପାଖକୁ ପଳାଇଯାଏ କାକୀ ଜୀବନରେ ଏହା ଥରେ ମାତ୍ର ସନ୍ତାନ ପ୍ରସବ କରେ, ଗ୍ରାମରେ ସକାଳ ହେଲେ ପ୍ରଥମେ କୁଆମାନଙ୍କର କାଆ କାଆ ରବ ଶ୍ରୁତିଗୋଚର ହୁଏ କୁଆମାନେ ଦଳବଦ୍ଧ ହୋଇ କୌଣସି ତୋଟା କିମ୍ବା ବୃକ୍ଷଗହଳ ସ୍ଥାନରେ ଥିବା ଗଛମାନଙ୍କ ଉପରେ ବସା କରି ରହିବାର ଦେଖାଯାଏ ଏମାନେ ସର୍ବଭକ୍ଷ]

୨: ଏକ କଡ଼ାର ୧୩: ଭାଗର ଏକ ଭାଗ — ୨. ୧/୧୩th of a kaṟḍ̠ā of shell money.

[ଦ୍ର—କାହାରି କାହାରି ମତରେ ଏକ ବରାଟକର ୧/୪: ଅଂଶକୁ କାକ କହନ୍ତି]

୩: ଗୁଳ୍ମବିଶେଷ — ୩. The plant Ardisia humilis (M.W.).

୪: ଦ୍ବୀପବିଶେଷ — ୪. A name of an island of ancient India.

୫: ତିଳକବିଶେଷ — ୫. Name of a religious sandal print over the brow of a devotee.

୬: ଈଷତ୍ ଜଳ —୬. A little water.

୭: (ପୁଂ) ଖଞ୍ଜ ବ୍ୟକ୍ତି —୭. Lame man.

୮: (ପୁଂ) ଅବାଧ୍ୟ ଖଳ ବ୍ୟକ୍ତି — ୮. Impudent or insolent fellow.

ସଂ. ବିଣ. —

ବକ୍ର —Bent.