କାକଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକଳୀ
ଉଚ୍ଚାରଣ: Kākalī

ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) —

୧: ମଧୁର ଅସ୍ପଷ୍ଟ ଧ୍ଵନି —୧. Pleasant inarticulate note.

୨: ପକ୍ଷୀମାନଙ୍କର ସୂକ୍ଷ୍ମ ମଧୁର ଧ୍ଵନି — ୨. Low sweet chirping of birds.

୩: ମୟୂର ଧ୍ଵନି — ୩. The crowing of the peacock.

୪: ଦୂରସ୍ଥିତ ଯନ୍ତ୍ରସମୂହର ଏକତ୍ରୀଭୂତ ମଧୁର ଧ୍ଵନି — ୪. The melody of many instruments heard from a distance.

୫: ବାଦ୍ୟ ଯନ୍ତ୍ରବିଶେଷ — ୫. A symphonious instrument.

[ଦ୍ର—ମନୁଷ୍ୟ ନିଦ୍ରିତ ଅଛି କି ନାହିଁ ପରୀକ୍ଷା କରିବା ପାଇଁ ଏ ଯନ୍ତ୍ର ବଜାଯାଏ]

୬: ରତ୍ନବିଶେଷ — ୬. Name of a kind of gem.