କାଗଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଗଜ
ଉଚ୍ଚାରଣ: Kāgaja
কাগজ काकज ମ. କାଗଜ୍ ତ. କାଗଦମୁ

ବୈଦେ. (ଫାରସୀ—କାଗଜ୍) ବି —

୧: ଲିପିପତ୍ର — ୧. Paper.

୨: ହିସାବ — ୨. Account.

ଭଣ୍ଡ଼ିବାର ତାକୁ ଜୁହଇ ସହଜ ନିଖାରି ନିଖାରି ଦେଖେ ସେ କାଗଜ ରାଧାନାଥ, ଦରବାର

୩: ରିପୋର୍ଟ —୩. Report.

୪: କମ୍ପାନି କାଗଜ; ଗଭର୍ଣ୍ଣମେଣ୍ଟ ପ୍ରମିସରୀ ନୋଟ — ୪. Stock; Government security.

୫: ଖବରକାଗଜ; ପତ୍ର — ୫. News paper.

[ଦ୍ର—ଏହି ଶଦ୍ଦଟି ଫାରସୀ ଶଦ୍ଦ; କିନ୍ତୁ ବାଚସ୍ପତ୍ୟ ଅଭିଧାନକାର ଲେଖିଅଛନ୍ତି—କାଗଃ=କାକବର୍ଣ୍ଣଃ ମସ୍ୟାଦି ଦୀୟତେ ଅତ୍ର କାଗଦଃ ବା ଚିରାକନା, ଝୋଟ, ଛଣପଟ, ଘାସ, ବାଉଁଶ ଆଦି ଉତ୍ତମରୂପେ କୁଟାଯିବା ପରେ ପାଣିରେ ବତୁରାଯାଇ ଏକପ୍ରକାର ମଣ୍ଡ଼ ତିଆରି ହୁଏ ଏହି ମଣ୍ଡ଼କୁ କଳରେ ପ୍ରସ୍ତ ପ୍ରସ୍ତ କରି ପକାଇ ତା ଉପରେ ଚାପ ଦେଇ କାଗଜ ତିଆର କରାଯାଏ ପୂର୍ବେ ହାତରେ କାଗଜ ତିଆରି ହେଉଥିଲା ବର୍ତ୍ତମାନ ଯନ୍ତ୍ର ସାହାର୍ୟ୍ୟରେ ନାନା ଆକାର ଓ ବର୍ଣ୍ଣର କାଗଜମାନ ପ୍ରସ୍ତୃତ ହେଉଅଛି ବଙ୍ଗ ଦେଶର 'ବାଲି' ଓ 'ଶ୍ରୀରାମପୁର'ରେ ପ୍ରଥମ କାଗଜକଳ ବସିବାରୁ 'ବାଲିକାଗଜ' ଓ 'ଶ୍ରୀରାମପୁରୀ କାଗଜ' ଏହି ନାମର ସୃଷ୍ଟି ହୋଇଅଛି ପୂର୍ବେ ଦେଶୀ କାଗଜକୁ ପୋକ ନ ଖାଇବେ ବୋଲି ସେଥିରେ ହରିତାଳ ମିଶାଯାଇ ତାହା ଈଷତ୍ ହରିଦ୍ରାଭ ହେଉଥିଲା ତାକୁ 'ହରିତାଳି କାଗଜ' ବୋଲାୟାଉଥିଲା ଫୁଲସ୍କାପ (fools cap) ଡ଼ବଲ ଫୁଲସ୍ କାପ (double fools cap) ଆଦି ଅନେକ ଆଡ଼ାର କାଗଜ ଅଛି କାଗଜକୁ ବହୁକାଳ ସ୍ଥାୟୀ କରିବାପାଇଁ ଚମଡ଼ାର ଆଂଶୁ ସେଥିରେ ମିଶାଯାଏ; ତାକୁ 'ପାର୍ଚମେଣ୍ଟ' କାଗଜ ବୋଲାଯାଏ କାଗଜ ଭିତରେ ସାଧା ଅକ୍ଷରର ମାର୍କା ମଧ୍ୟ କଳଦ୍ବାରା ଦିଆୟାଉଅଛି ଓଡ଼ିଶା ଗଡ଼ଜାତରେ ଥିବା ବାଉଁଶରୁ କଳଦ୍ବାରା ତନ୍ତୁ ବାହାର କରି ତହିଁରୁ କାଗଜ ପ୍ରସ୍ତୁତ କରିବାପାଇଁ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟଙ୍କର କଳ୍ପନା ଚାଲିଅଛି କାଗଜକୁ ସଂଖ୍ୟା କରିବାର ପ୍ରଣାଳୀ:— ୧: ଖଣ୍ଡ କାଗଜ=୧: ଫରଦ ବା ତକ୍ତା, ୨୪: ତକ୍ତା= ୧: ଦିସ୍ତା, ୨: ଦିସ୍ତା=୧: ରିମ୍, ୧: ରିମ୍=୧: ବେଲ୍ ]