କାଜି
ଦେଖଣା
କାଜି —
ଉଚ୍ଚାରଣ: Kāji
কাজি
काजि
ବୈଦେ. (ଆରବୀ) ବି —
୧: ମୁଷଳମାନ ବିଚାରପତି — ୧. A Mahomedan Magistrate or Judge.
କାମ ପଡ଼ିଲେ କାଜି, କାମ ଛାଡ଼ିଲେ ପାଜି—ଢଗ
୨: ମୁଷଳମାନ ବିବାହକୁ ରେଜିଷ୍ଟରି କରିବା ପାଇଁ ନିଯୁକ୍ତ ବ୍ୟକ୍ତି — ୨. Registrar of Mahomedan marriages.
ତୋର ମୋର ରାଜି, କିସ କରିବ କାଜି ଢଗ
[ଦ୍ର—କାଜିମାନେ ମୁଷଳମାନ ଅମଳରେ ଫଉଜଦାରୀ ଓ ଦେବାନୀ ଉଭୟ ପ୍ରକାରର ମକଦମାମାନ ବିଚାର କରୁଥିଲେ ଇଂରାଜି ଅମଳରେ ପ୍ରଥମେ ଏମାନଙ୍କ ନିକଟରେ ଦଲିଲମାନ ଓ ମୂଷଳମାନ ବିବାହମାନ ରେଜିଷ୍ଟରୀ ହେଉଥିଲା ବର୍ତ୍ତମାନ କାଜୀ ପଦ ଲୁପ୍ତ ହୋଇଅଛି]
ପ୍ରାଦେ. (ଗଞ୍ଜାମ) ବି. (ସଂ. କାର୍ଯ୍ୟ) —
୧: କାର୍ୟୀ; ଗ୍ରାମ୍ୟ ବିଚାରକ —୧. Village Magistrate (in Ganjam)
୨: ଗ୍ରାମର କରଣ — ୨. Village accountant.