Jump to content

କାଞ୍ଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଚି
ଉଚ୍ଚାରଣ: Kān̄chi

ସଂ. ବି. (କନ୍କ ଧାତୁ=ବନ୍ଧନ କରିବା; ଦୀପ୍ତିପାଇବା+କରଣ. ଇ) —

୧: ଘୁଙ୍ଗୂରଲଗା ଅଣ୍ଟାସୂତା; ମେଖଳା; କଟିସୂତ୍ର; ଗୋଠ —୧. Waist-chain with tinkling bells; zone; girdle.

ବିଚଳିତ କାଞ୍ଚନ କଟକ କାଞ୍ଚ—ଭଞ୍ଜ. ବୈଦେହୀଶବିଳାସ

୨: (+କର୍ତ୍ତୃ. ଇ)— ଭାରତର କର୍ଣ୍ଣାଟଦେଶସ୍ଥ ନଗରୀବିଶେଷ (ଏହାର ଆଧୁନିକ ନାମ କା଼ଞ୍ଜିଭେରମ୍) — Name of a town now called Canjeeveram the capital of a former king of Karṇntod;āṭa in the Deccan on the banks of the Kāberī river.

[ଦ୍ର—ପୂର୍ବେ ଏହା ଦ୍ରାବିଡ଼ ରାଜ୍ୟର ରାଜଧାନୀ ଥିଲା ଏହା ଗୋଟିଏ ତୀର୍ଥ; ଓଡ଼ିଶାର ସ୍ବାଧୀନ ରାଜା ପୁରୁଷୋତ୍ତମ ଦେବ (ଖ୍ରୀ. ୧୪୭୯: —୧୫୪: ) ଏ ରାଜ୍ୟ ଜୟ କରି ରାଜଜେମା ପଦ୍ମାବତୀଙ୍କୁ ଆଣି ବିବାହ କରିଥିଲେ ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଏ କାଞ୍ଚି ରାଜାଙ୍କର ଜେମା ପଦ୍ମାବତୀଙ୍କୁ ପୁରୁଷୋତ୍ତମଦେବ ବିବାହ କରିବାର ପ୍ରସ୍ତାବ ହୋଇଥିଲା ଓଡ଼ିଶାର ରାଜା ଜଗନ୍ନାଥ ଦେବଙ୍କ ରଥୟାତ୍ରା ସମୟରେ ଜଗନ୍ନାଥ ପହଣ୍ଡ଼ି ବିଜେ କରି ରଥକୁ ବିଜେ କରିବାବେଳେ ତାଙ୍କ ଆଗରେ ଛେରାପହରା (ଝାଡ଼ୁ କରିବା ଓ ପାଣି ଛିଞ୍ଚିବା) କରନ୍ତି କାଞ୍ଚିରାଜ ଏହାକୁ ହାଡ଼ିର କାର୍ଯ୍ୟ ବୋଲି ମନେକରି ପୁରୁଷୋତ୍ତମଙ୍କୁ କନ୍ୟା ଦେବାକୁ ଅସ୍ବୀକାର କଲେ ପୁରୁଷୋତ୍ତମ ଦେବ ଏଥିରେ କ୍ରୁଦ୍ଧ ହୋଇ ପ୍ରତିଜ୍ଞା କଲେ ଯେ ସେ କାଞ୍ଚି ଆକ୍ରମଣ କରି ପଦ୍ମାବତୀଙ୍କୁ ଆଣି ଗୋଟିଏ ହାଡ଼ି ବା ଚାଣ୍ଡ଼ାଳ ସଙ୍ଗେ ବିବାହ କରାଇବେ ପୁରୁଷୋତ୍ତମ ଦେବ ପ୍ରଥମେ ପରାଜିତ ହେଲେ; ମାତ୍ର ପରେ ଜଗନ୍ନାଥ ଦେବଙ୍କ ସ୍ବପ୍ନାଦେଶ ଓ ସାହାଯ୍ୟ ଦ୍ବାରା କାଞ୍ଚି ରାଜାଙ୍କୁ ପରାସ୍ତ କରି ପଦ୍ମାବତୀଙ୍କୁ ଆଣି ଚଣ୍ଡ଼ାଳକୁ ବିବାହ ଦେବାକୁ ବସିଥିଲେ; ମାତ୍ର ପରେ ମନ୍ତ୍ରୀଙ୍କ କୌଶଳରୁ ସ୍ନେହ ଓ ଦୟାପରବଶ ହୋଇ ନିଜେ ପଦ୍ମାବତୀଙ୍କ ବିବାହ କଲେ କା଼ଞ୍ଚି ନଗର ମାନ୍ଦ୍ରାଜର କୢଞ୍ଚିତ ଦକ୍ଷିଣ—ପଶ୍ଚିମରେ ଅବସ୍ଥିତ ବିଷ୍ଣୁ କାଞ୍ଚୀ ଓ ଶିବ କା଼ଞ୍ଚୀ ନାମରେ କାଞ୍ଚୀପୁରୀ ଦୁଇ ଭାଗରେ ବିଭକ୍ତ ଏହା ମୋକ୍ଷଦାୟିକା ସପ୍ତପୁରୀ ମଧ୍ୟରୁ ଏକତମ ବୋଲି ପୁରାଣରେ କଥିତ ଯଥା—"ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚିରବନ୍ତିକା, ପୁରୀ ଦ୍ବାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ" ପୁରୁଷୋତ୍ତମଙ୍କର କାଞ୍ଚି ବିଜୟ ଓ କାଞ୍ଚି ଜେମା ପଦ୍ମାବତୀଙ୍କ ସଙ୍ଗେ ବିବାହକୁ ଅବଲମ୍ବନ କରି ସ୍ବର୍ଗୀୟ ରାମଶଙ୍କର ରାୟ ୧୮୮: ମସିହାରେ କାଞ୍ଚକାବେରୀ ବା ପଦ୍ମାବତୀ ନାଟକ ରଚନା କରିଥିଲେ ଏହାହିଁ ଓଡ଼ିଶା ଭାଷାର ପ୍ରଥମ ନାଟକ ଏବଂ ଏ ନାଟକ ୧୮୮୧: ସାଲ ଫେବ୍ରୁଆରୀ ମାସରେ କଟକରେ ଅଭିନୀତ ହୋଇଥିଲା]

ପ୍ରାଦେ. (ମେଦିନୀପୁର; ତୁଳ. ବଂ. କାଁଚୀ) ବି. —

୧: କଇଁଚି; କତୁରୀ —୧. Scissors.

୨: (ସମ୍ବଲପୁର) ବି.—କାଁଚି; ମାଟିର କ୍ଷୁଦ୍ର ଗିନା — ୨. A small earthen cup.

୩: (ସମ୍ବଲପୁର) ବି.— ଏକ ଫାଳ ନଡ଼ିଆ ଷଢ଼େଇ — ୩. One half of a cocoanut; cocoanut-shell.