କାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟ
ଉଚ୍ଚାରଣ: Kāṭa
কা়টে;কাটন্ फाट

ଦେ. ବି. (ସଂ. କଟ୍ଟନ; କର୍ତ୍ତନ; ତୁଳ. ଇଂ. କଟ୍=କାଟିବା) —

୧: କାଟିବା; କର୍ତ୍ତନ; କଟା ହେବା — ୧. Act of cutting.

୨: ଫସଲ ବା ଶାଗ ଆଦି କାଟିକାର ଥର — ୨. One cutting of a crop.

(ଯଥା—ଆମ ବାଡ଼ି କୋଶଳାଶାଗ ୩: କାଟ ପାଇଲାଣି)

୩: ଲାଗୁଆ —୩. Daily supply; contract for a daily supply of necessaries; regular daily supply.

୪: ସାଦୃଶ୍ୟ —୪. Likeness; similarity.

(ଯଥା—ତା କାଟରେ ଲୋକ ମିଳିବେ ନାହିଁ)

୫: ଆକାର — ୫. Shape.

୬: ଦୋକାନର ଜିନିଷ ଉପରେ ଲେଖା ହୋଇଥିବା ମୂଲ୍ୟରୁ କଟାଯିବା ମୂଲ୍ୟାଂଶ; ୟାହା ନଗଦ କ୍ରେତାଙ୍କୁ ମାଫ୍ ଦିଆଯାଏ —୬. Amount to be deducted from the market price of a commodity when it is purchased for cash.

୭: ଢଙ୍ଗ; ଧରଣ; ପ୍ରକାର — ୭. Cut; mode; cast.

୮: ଉଣା କରିବା; କମାଇବା — ୮. Diminution; curtrailment.

୯: ଗଠଣ; ଗଢ଼ଣ — ୯. Cut or make of a thing.

୧: ପଣ୍ୟ, ବସ୍ତ୍ରାଦିରେ ବା ମାଲ ତାଲିକାରେ ଟିପା ହୋଇ— ଥିବା ମୂଲ୍ୟ —୧୦. Noted price; catalogue price of an article offered for sale.

୧୧: ଶିରଶ୍ଛେଦ; ମୃଣ୍ଡ଼ହଣା —୧୧. Beheading.

(ଯଥା—ଯୁଦ୍ଧରେ ଲୋକେ କାଟ ଖାଇଗଲେ)

୧୨: ପୂର୍ବରୁ ନିର୍ଦ୍ଧାରିତ ରେଟରେ ଜିନିଷ ଯୋଗାଇବାପାଇଁ ଆଗତୁରା ଦାଦନ ଦିଆଯିବା ଟଙ୍କା — ୧୨. Money advanced to the vendor on a contract to supply things at a fixed rate.

୧୩: ପ୍ରତିଦିନ ଗଉଡ଼ଠାରୁ ନିର୍ଦ୍ଦିଷ୍ଟ ପରିମାଣର ଦୁଧ ବା ଦୁଧର ମୂଲ୍ୟ ନେବା ସର୍ତ୍ତରେ ଦୁଧିଆଳୀ ଗାଈକୁ ଗୋସ୍ବାମୀ ଗଉଡ଼ ଜିମା କରିବା ରୀତି —୧୩. The making over of a milch cow to a cowherd on condition of his supplying a fixed quantity of milk or price there of to the owner for a fixed period.

୧୪: କାଟ ଛିଡ଼ିବା (ଦେଖ) — ୧୪. Kāṭa chhiṟḍ̠ibā (See)

ପ୍ରାଦେ. (ସିଂହଭୂମ) ବି. —

ଖଣ୍ଡ଼ି (ଦେଖ) Khaṇḍi (See)

ପ୍ରାଦେ. (ସମ୍ବଲପୁର) ବିଣ. —

ଏକ କୁଟା ପରିମିତ (ଚାଉଳ), ପ୍ରାୟ କଟକି ଆଠ ସେର —Eight seers of (rice).