କାଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟିବା
ଉଚ୍ଚାରଣ: Kāṭibā
কাটিবা काटना

ଦେ. କ୍ରି. (ସର୍ବନାମ) (ସଂ. କଟ୍ଟନ ବା କର୍ତ୍ତନ; (ତୁଳ) ତା. କଟ୍ଟୁ) ଇଂ. କଟ=କାଟିବା) —

୧: ଅସ୍ତ୍ରାଦିଦ୍ବାରା ଛେଦନ କରିବା; କର୍ତ୍ତନ କରିବା — ୧. To cut by instruments; to sever.

(ଯଥା—କାଠ କାଟିବା)

୨: ଊଣା କରିବା; କମାଇବା — ୨. To lessen; to disminish.

ଆପଣା ପେଟରୁ କାଟି ଭଲ ଚିନି ଲୋକା ପାଇଁ ଛୁଞ୍ଚି ଥିବ କୁନ୍ତଳାକୁମାରୀ. ନଅତୁଣ୍ଡ଼ୀ

୩: କାଟୁ କରିବା; କାପିବା; ଫଳପ୍ରଦ ହେବା — ୩. To be effectual.

କ୍ର କାଟେ ମନ୍ତ୍ର ମଉଷଧି ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ

୪: (ଦେହ ବା ମନକୁ) ପୀଡ଼ାଦାୟକ ହେବା; କଷ୍ଟ ଦେବା; ଦୁଃଖ ଦେବା; ପୀଡ଼ା ଦେବା —୪. To trouble; to give pain; to afflict.

ସକାମ କରି ମାରି ପକାନ୍ତୁ ସୁକୁମାରୀ ନ କାଟନ୍ତା ଏ ଯେତେ କାଟିଲାରେ କବିସୂର୍ଯ୍ୟ. ସଙ୍ଗୀତ

୫: (ସ୍ତ୍ରୀମାନଙ୍କ ବଚନ) ଅମଙ୍ଗଳ ବାଞ୍ଛା କରି ଗାଳି ମନ୍ଦ କରିବା; ସମ୍ପିବା —୫. To curse; to imprecate.

(ଯଥା—ସେ ମୋତେ ସବୁବେଳେ କାଟୁଛି)

୬: (କାଳ) ୟାପନ କରିବା; ଅତିବାହିତ କରିବା — ୬. To spend or pass (time)

ଦିନ କାଟୁଥିଲେ ଋଷିକୁମାରୀ ସଙ୍ଗରେ—ନନ୍ଦକିଶୋର. ସୀତାବନବାସ

୭: (ସୂତା) ବଳିବା; କପା ଆଦିରୁ ସୂତା ପ୍ରସ୍ତୁତ କରିବା — ୭. To spin a thread.

୮: (ଚିତ୍ର) ଲେଖିବା; ଆଙ୍କିବା; ଚିତ୍ରଣ କରିବା; (ଗାର) ଟାଣିବା —୮. To draw; to delineate.

ବ୍ରାହ୍ମଣେ ଚିତାମାତ୍ର ଦେହରେ କାଟିବେ—କୃଷ୍ଣସିଂହ ମହାଭାରତ. ବନ

୯: କଲମ ଆଦି ଦ୍ବାରା ଲିଖିତ ବିଷୟ ଉପରେ ଗାର ପକାଇବା; ଲେଖାକୁ କିଳି ଦେବା —୯. To score through (a writing).

(ଯଥା—ମୋ ଲେଖାର ବର୍ଣ୍ଣାଶୁଦ୍ଧିମାନ ସେ କାଟି ଦେଲେ)

୧: (ବୁଢ଼ିଆଣି) ନିଜ ଦେହରୁ ସୂତା ବାହାରକରି ଜାଲ ବୁଣିବା —୧୦. (a spider) To weave a web.

୧୧: (କଥା) ଭାଙ୍ଗିଦେବ; ଉପଦେଶ ଅନୁସାରେ କାର୍ଯ୍ୟ ନ କରିବା; ନ ମାନିବା —୧୧. To disregard; to disobey.

(ଯଥା—ସେ ମୋ କଥାକୁ କାଟିଦେଇ ଚାଲିଗଲା)

୧୨: (ବନ୍ଧୁ ସମ୍ପର୍କ) ଛେଦନ କରିବା; ତୁଟାଇବା — ୧୨. To break off or sever connection.

(ଯଥା—ପୁଅ ବିବାହ ବେଳକୁ ସେ ଅମୂକ ବନ୍ଧୁକୁ କାଟିଦେଲେ)

୧୩: (ପ୍ରାର୍ଥନା) ନାମଞ୍ଜୁର କରିବା —୧୩. To reject.

(ଯଥା—ସେ ମୋ ଅଳି କାଟିଦେଇ ଚାଲିଗଲେ)

୧୪: (ପାଣି) ଆଡ଼େଇବା ବା ଦ୍ବିଭାଗ କରିବା — ୧୪. To devide (water).

ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ—ରାଧାନାଥ. ଚିଲିକା

୧୫: କୌଣସି ବ୍ୟକ୍ତିର ପ୍ରାପ୍ୟ ବା ଖାଦ୍ୟଦ୍ରବ୍ୟର ପରିମାଣ କମାଇବା —୧୫. To diminish the supply of one's dues or food.

(ଯଥା—ବାବୁ ଏ ମାସରେ ମୋର ଦରମାରୁ ଦୁଇ ଟଙ୍କା କାଟିଲେ)

୧୬: ବାଦ୍ ଦେବା; ଫେଡ଼ିବା — ୧୬. To subtract; to deduct.

(ଯଥା—୫:ରୁ ୩: କାଟିଲେ ବାକି୨: ରହିବ )

୧୭: (ବାଳ) କତୁରିବା; ଛାଣ୍ଟିବା — ୧୭. To crop (hair); to clip.

(ଯଥା—ନଖ କାଟିବା; ବାଳ କାଟିବା)

୧୮: କର୍ତ୍ତନ କ୍ରିୟା ସଂପାଦନ କରିବା — ୧୮. To perform the work of cutting.

(ଯଥା— ଧାନ କାଟିବା; ଗଛ କାଟିବା)

୧୯: (କରଣୀ, କ୍ଷମତା ବା ପ୍ରଭାବ) ବଳବତ୍ ହେବା — ୧୯. To prevail.

(ଯଥା—ଆଜିକାଲି ଗାନ୍ଧିମହାତ୍ମାଙ୍କ କରଣୀ ଭାରି କାଟୁଛି)

୨: (ବାଟ) ଖୋଜି ସ୍ଥିର କରି ସେହି ବାଟେ ଯିବା; ବାଟ ଦେଖିବା —୨୦. To go one's own way; to choose (one's way).

(ଯଥା—ଏଠାରେ ରହିଲେ ବିପଦ ପଡ଼ିବ, ଆଗହୁଁ ଯେଝା ବାଟ ଯେ କାଟ)

୨୧: (ଶର ବା ପ୍ରହାର) ଅଟକାଇବା ବା ନିବାରଣ କରିବା — ୨୧. To successfully oppose; to intercept (a blow)

(ଯଥା—ରାବଣ ଯେତେ ଶର ମାରିଲା ତାକୁ ଲକ୍ଷ୍ମଣ କାଟିଦେଲେ)

୨୨: ଏକତ୍ର ଥିବା ଏକାଧିକ ବସ୍ତୁକୁ ଏକକୁ ଅନ୍ୟ ଠାରୁ ପୃଥକ୍ କରିବା —୨୨. To cut off.

(ଯଥା—ଏ ଧାନକୁ ପାଛୁଡ଼ିକରି ଅଗାଡ଼ିତକ କାଟିଦିଅ)

୨୩: ଠକ୍ ଠକ୍ ଶଦ୍ଦ କରିବା; କଟ୍କଟ୍ ଶଦ୍ଦ କରିବା — ୨୩. To make a sound of cutting.

(ଯଥା—ମୂଷା ପେଡ଼ିକୁ କାଟୁଛି)

୨୪: ଦୀର୍ଘତା କମାଇବା — ୨୪. To lessen the length of.

(ଯଥା—ବାଟ କାଟିବାପାଇଁ କର୍ଣ୍ଣମାର୍ଗରେ ଯିବା)

୨୫: (ସାପ) ଆଦି କାମୁଡ଼ିବା; ଦଂଶନ କରିବା —୨୫. To bite.

ପଥରେ ଗମନ୍ତେ କୁକୁର ରୋଷେ କାଟନ୍ତି ତା ଶରୀର—ଜଗନ୍ନାଥ. ଭାଗବତ

୨୬: ପ୍ରତିଷେଧ କରିବା; ପ୍ରତିବିଧାନ କରିବା — ୨୬. To remedy.

(ଯଥା—ସନ୍ନିପାତମଳୁକୁ ଏ ଔଷଧ କାଟିବ ନାହିଁ; ଗୁଣି ଗାରଡ଼ିକୁ କାଟପାଣି କାଟି ଦେବ)

୨୭: (ଲୁଗା ଆଦିର)ମୂଲ୍ୟ ନିରୂପଣ କରିବା; ଦର ସ୍ଥିର କରିବା — ୨୭. To finally settle and note the price (of cloth).

(ଯଥା—ନଡ଼ିଆ ଶହକୁ ଟଙ୍କାଏ ଲେଖାଏଁ ଏ ବର୍ଷ ମହାଜନ— ମାନେ କାଟିଲେ)

୨୮: ବ୍ୟବହାରୀୟ ଖାଦ୍ୟାଦି ଜଣକଠାରୁ ପ୍ରତିଦିନ ଆଣିବା ବା ଦେବା; କାଟ ଆଣିବା ବା ଦେବା — ୨୮. To supply a commodity regularly every day.

୨୯: ତର୍କ ବା ଯୁକ୍ତିଦ୍ବାରା ଖଣ୍ଡ଼ନ କରିବା — ୨୯. To smash an argnment by counter proposals; to successfully meet an argument by counter argument.

(ଯଥା—ଅପର ପକ୍ଷର ଓକିଲଙ୍କ ୟବାବସୁଆଲୟାକ ଆମ ଓକିଲ କାଟି ଦେଲେ)

୩: କାଟତି ହେବା; ବିକ୍ରୀତ ହେବା; କଟିବା — ୩୦. To be consumed; to be sold or disposed of.

(ଯଥା—ବର୍ତ୍ତମାନ ବଜାରରେ ବିଲାତି ଲୁଗା କାଟୁ ନାହିଁ)

୩୧: ନିଃଶେଷିତ ହେବା — ୩୧. To be exhausted or spent.

୩୨: କୌଣସି ପ୍ରାଣୀକୁ ହାଣିବା — ୩୨. To behead or cut an animal.

(ଯଥା—କଂସେଇ ନିତି କେତେ ପଶୁଙ୍କୁ କାଟେ)

୩୩: କାଙ୍କଆଦି ଯନ୍ତ୍ର ସାହାଯ୍ୟରେ ମାଟି ଖୋଳିବା — ୩୩. To dig earth by means of cutting instruments.

୩୪: ବାଧିବା; କଷ୍ଟବୋଧ ହେବା; ପୀଡ଼ା ବୋଧ ହେବା — ୩୪. To have a feeling of pain; to feel pain.

ଛାୟାରେ ଲାଗଇ ଶୀତ, ପୁଣି ଗଲେ ଖରାକୁ କାଟଇ ଖରା ରାଧାନାଥ. ଉର୍ବଶୀ

୩୫: ଏକ ବାଟ ଛାଡ଼ି ଅନ୍ୟ ବାଟେ ଯିବା — ୩୫. To avoid a difficult situation.

(ଯଥା—ଗୁରୁଜନମାନେ ଦାଣ୍ଡ଼ ପିଣ୍ଡ଼ାରେ ବସିଥିଲେ ଆମେ ଗ୍ରାମ ଦାଣ୍ଡ଼ ବାଟ କାଟି ବାଡ଼ି ବାଟେ ଲୁଚି କରି ୟାଉଥିଲୁଁ)

୩୬: ଦରମା, ବୃତ୍ତି ବା ମୂଲର କେତେକ ଅଂଶ କମାଇ ଦେବା ବା ନ ଦେବା — ୩୬. To stop a portion of wages or salary.

ଆଶ୍ରିତ ଲୋକ ବୃତ୍ତି ନ କାଟତ ତୁମ୍ଭେ କୃଷ୍ଣସିଂହ ମହାଭାରତ, ସଭା

୩୭: ପ୍ରସ୍ତୁତ କରିବା; ସଫା କରିବା — ୩୭. To prepare; to pave (the way)

ନାରଦ ବୋଇଲେ ହେ ଅପାପୀ ଭର୍ୟ୍ୟାକୁ ଛାଡ଼ିଲେ ଲୋକ ବାଟ କାଟଇ ନର୍କଲୁ କୃଷ୍ଣସିଂହ. ମହାଭାରତ. ଅନୁଶାସନ

୩୮: କଟିଯିବା; ବିନଷ୍ଟ ହେବା — ୩୮. To be destroyed; to disappear.

କେଶବ ଶ୍ରବଣ ମଙ୍ଗଳ, କାଟି ୟାହା ନାମ ଧଇଲେ ଅମଙ୍ଗଳ ରସକଲ୍ଲୋଳ

୩୯: ଭେଦିବା; ଭେଦ କରିବା; ବିଦାରଣ କରିବା — ୩୯. To pierce.

ପ୍ରହାର କଲେ କଣ୍ଠତଟେ, ତେଣେ ଚର୍ମରେ ତା ନ କାଟେ ଜଗନ୍ନାଥ. ଭାଗବତ

୪: (କୌଣସି ଔଷଧ) ଦେହାଭ୍ୟନ୍ତରସ୍ଥ କୁପିତ କଫ ବା ଆମକୁ ସ୍ଥାନଚ୍ଯୁତ କରି ବାହାରକୁ କାଢ଼ି ଆଣିବା — ୪୦. To cause phlegm and mucus come out in the shape of spittle or fœcus.

(ଯଥା—ଏ ବଟିକା କଫ କାଟି ପକାଇବ)

୪୧: ଫଳବତ୍ ହେବା; ଅଭିପ୍ରେତ ଫଳ ପ୍ରସ୍ତୁତ ହେବା — ୪୧. To produce the desired effect.

(ଯଥା—ଯେତେ ଇଚ୍ଛା ସେତେ ଶରଦ ଧରିଥାଉ ପଛକେ ଗୋଟିଏ ବଟିକା ସବୁ କାଟି ପକାଇବ)

୪୨: କେଶବିନ୍ୟାସପୂର୍ବକ ସଜାଇବା — ୪୨. To dress up the hair.

(ଯଥା— ଫିରେଇ କାଟିବା; ଟେରି କାଟିବା; ସନ୍ଥା କାଟିବା)

୪୩: ଲାଘବ କରିବା — ୪୩. To assuage.

(ଯଥା—ଅଫିମ ଦେହରୁ ଶ୍ରମକୁ କାଟି ପକାଏ)

[ଦ୍ର—କାଟିବା କ୍ରିୟାର ଅସମାପିକା ରୂପେ ସଙ୍ଗେ ବ୍ୟବହୃତ କ୍ରିୟାମାନ—କାଟି ଆଣିବା, କାଟି ଦେବା, କାଟି ନେବା, କାଟି ପକାଇବା କାଟିବା କ୍ରିୟାର ସମାପିକା ରୂପ ସଙ୍ଗେ ଅନ୍ୟ ସହଚର କ୍ରିୟାର ବ୍ୟବହାର ଯଥା—କାଟିବା କୁଟିବା, କାଟିବା ଛାଟିବା, କାଟିବା, ବାଛିବା, କାଟିବା ବାଟିବା, କାଟିବା ସମ୍ପିବା, କାଟିବା ହାଣିବା]