କାଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠ
ଉଚ୍ଚାରଣ: Kāṭha
কাঠ; কাট लकाड़; काठ

ଦେ. ବି. (ସଂ. କାଷ୍ଠ; ପ୍ରା. କାଟ) —

୧: ଦାରୁ; ବୃକ୍ଷର କଠିନ ଅଂଶ —Wood.

[ଦ୍ର—ବୃକ୍ଷର ବକଳା ତଳେ ଥିବା କଠିନ ଅଂଶକୁ କାଠ କହନ୍ତି]

୨: ଇନ୍ଧନ; ଜାଳଣିକାଠ —୨. Fuel.

୩: କାଠନିର୍ମିତ ଠେଙ୍ଗା; ଲାଠି — ୩. Wooden stick; lathi.

୪: ଘରର ଖୁଣ୍ଟ, କଡ଼ି, ଶଗଡ଼ ଆଦି ନିର୍ମାଣ କରିବାପାଇଁ ବ୍ୟବହୃତ ବଡ଼ ଗଛର ଟାଣ କାଠ — ୪. Timber; substantial and strong wood.

কাট; কাঠ काठ

ଦେ. ବିଣ. —

୧: ଟାଣୁଆ, ଶକ୍ତ; କଠିନ — ୧. Hard; stiff.

୨: ଶୁଖିଲା; ଶୁଷ୍କ —୨. Dry.

୩: କାଠୁଆ; ବହଳିଆ —୩. Thick.

୪: (ଲକ୍ଷଣାର୍ଥ) ନିର୍ଦ୍ଦୟ; କରୁଣାହୀନ; ନିଷ୍ଠୁର — ୪. Cruel; pitiless.

୫: (ଲକ୍ଷଣାର୍ଥ) କଷ୍ଟସହ —୫. Inured to pain.

(ଯଥା—ଅପରେସନ୍ ହେଲା ବେଳେ ମୁଁ ଦିହକୁ କାଠ କରି— ଦେଲି)

୬: ଭୟ ବା ବିସ୍ମୟରେ କିଂକର୍ତ୍ତବ୍ୟବିମୂଢ଼ — ୬. Bewildered with fear or astonishment.

(ଯଥା—ମୁଁ ଯୁଦ୍ଧକ୍ଷେତ୍ରରେ ହଟ୍ଟଗୋଳ ଦେଖି କାଠ ହୋଇଗଲି)

୭: ନୀରବ; ନିଶ୍ଚଳ; ନିଷ୍ପନ୍ଦ —୭. Still; motionless.