Jump to content

କାଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠି
ଉଚ୍ଚାରଣ: Kāṭhi
কাঠী काढी

ଦେ. ବି. (କାଠ+କ୍ଷୂଦ୍ରାର୍ଥେ. ଇ) —

୧: କ୍ଷୁଦ୍ର କାଷ୍ଠଖଣ୍ଡ; କାଠର ସରୁ ଓ ଲମ୍ବ ଖଣ୍ଡ —୧. Splinter of wood; twing of wood; small chip of wood.

୨: କୋଲପର କଞ୍ଚି; ଚାବିକାଠି; କଞ୍ଚିକାଠି — ୨. The key of a padlock.

କଞ୍ଚି ପକାଇ କାଠି ଧରି, ଗଲେ ଭଣ୍ଡାର ଅଧିକାରୀ ରାମଦାସ. ଦର୍ଢ୍ୟତାଭକ୍ତି

୩: ସର୍ବୋଚ୍ଚତମ ସଂଖ୍ୟାବାଚକ ରାଶି; ଏକ ସଂଖ୍ୟାରେ ୨୨:ଟି ଶୂନ୍ୟ ଦେଲେ ଯେଉଁ ରାଶି ହୁଏ — ୩. Millions of millions (number)

ଗଭୀର ଚୌରାଶି କାଠି ଯେ ଗଙ୍ଗାର ଜଳ ବିଶ୍ବନାଥ ବିଚିତ୍ର ରାମାୟଣ

୪: ସାପ (ସାପର ଅଶୁଭ ନାମ ଉଚ୍ଚାରଣ ନ କରି କହିବା ଶବ୍ଦ) —୪. (Euphemisn) Serpent.

(ଯଥା—ତାକୁ କାଠି ମାଇଲା)

୫: ଘୋଡ଼ାର ଚାରି ୟାମା ବା ଆସ୍ତରଣ — ୫. An old fashioned saddle or covering pad put on the back of a horse.

୬: ରାଜମିସ୍ତ୍ରୀମାନଙ୍କର ଗଜବତା — ୬. A mason's plastering yard.

୭: ବିଶାକାଠି —୭. Measuring yard of a one- side scale or weighing pan.

୮: ଓଟ ଉପରେ ପକାଯିବା ଜିନ୍ — ୮. A saddle put on a Camel.

୯: ତୁଳ ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତିରେ କ୍ଷେତ୍ରରେ ପୋତା— ଯିବା ନିମନ୍ତେ ଘରେ ପୂଜା କରାଯିବା ଗର୍ଭଣାଗଛର ଛୋଟ ଡାଳ —୯. A twig of Garbhaṇā tree worshipped on the Saṁkrānti day of the month of Tula and planted in the paddy field for fructifying it (the field).

ଉଭା ମୁଠି ଆଡ଼ ବି କିଆରି ମଝିରେ ପୋତିବ କାଠି ଡ଼ାକଋଷିବଚନ

୧: ପୁଂଜନନେନ୍ଦ୍ରିୟ; ଲିଙ୍ଗ — ୧୦. Penis; male generative organ.

୧୧: ଦିଆସିଲି କାଠି —୧୧. Match stick.

୧୨: ପଶାକାଠି —୧୨. Dice.

କାଠି ହୋଇଣ ଯେ ପଡ଼ିଥିଲା ଦ୍ବାପର ଅଷ୍ଟରତ୍ନେ ଜଡ଼ିତ ସେ ଅତି ସୁନ୍ଦର ପ୍ରାଚୀ. ନଇଚରିତ

୧୩: ଝିଙ୍କ ଦେହରେ ଥିବା ପର; ଝିଙ୍କକାଠି — ୧୩. The spines on the body of a porcupine.

ପଣସ—ଶରୀରେ କଣ୍ଟକ, କୂପତି ଶଲ୍ଲକୀ—ଶରୀରେ କାଠି—ରାଧାନାଥ ପାର୍ବତୀ

୧୪: ଝରାକାଠି; ସ୍ତ୍ରୀମାନେ ଜୁଡ଼ାରେ ଖୋସିବା କାଠି; ଗୋଜି— କାଠି —୧୪. Hairpin thrust into the chignon by Indian women.

ପ୍ରାଦେ. (ସମ୍ବଲପୁର) ବି. —

ଦାନ୍ତକାଠି; ଦନ୍ତଧାବନ ନିମନ୍ତେ ବ୍ୟବହୃତ କ୍ଷୁଦ୍ର ଶାଖା —Small twings used for brushing and cleansing the teeth; tooth brushing twig.

ଦେ. ବିଣ. —

୧: କାଠି କାଠି (ଦେଖ) ୧. Kāṭhi Kāṭhi (See)

୨: କାଠିସଂଖ୍ୟକ; ଅସଂଖ୍ୟ —୨. Countless.