କାଢ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢ଼ିଆ
ଉଚ୍ଚାରଣ: Kāṟḍ̠ẖiā
काढ़

ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) —

୧: ଭବିଷ୍ୟତରେ ମୂଳ ଓ ସୁଧ ଟଙ୍କା ନ ସୁଝି ଉକ୍ତ ଟଙ୍କାରେ ଦାଣ୍ଡ ଭାଉ ଅପେକ୍ଷା ବେଶୀ ପରିମାଣରେ— ଧାନ ବା ଶସ୍ୟାଦି ଦେବା କରାରରେ ମହାଜନଠାରୁ ଋଣ କରିବା ଧନ — ୧. Cash taken from a creditor on a contract to deliver paddy or corn in future at a cheap rate in lien of the capital and interest.

୨: ଋଣ —୨. Loan.

କାଢ଼ିଆ ମାଲରେ ବହୁତ ଦୋଷ, ବଳନ୍ତର ବଢ଼ି ବୁଡ଼େ ସର୍ବସ୍ବ ଗୋପୀନାଥ ଉଦ୍ଧୃତ୍ ଉତ୍କଳ ସାହିତ୍ୟ ୮୮:

୩: ଦୋକାନିଠାରୁ ନିଆଯିବା କାଳି ସଉଦା — ୩. Credit or loan of commodities taken from a grocer.

୪: ପ୍ରଥମୋକ୍ତ ରୀତିରେ ଟଙ୍କା କରଜ ଦେବା ପ୍ରଣାଳୀ — ୪. The system of advancing money on the system. stated in ୧.

[ ଦ୍ର—ଜମିରୁ ଫସଲ ଚାଷିମାନଙ୍କ ହସ୍ତଗତ ହେବା ପୂର୍ବରୁ ଆବଶ୍ୟକ ବ୍ୟୟ ସକାଶେ ସେମାନେ ମହାଜନଠାରୁ ଟଙ୍କା ଋଣ କରି କରାର କରନ୍ତି ଯେ, ଫସଲ ହସ୍ତଗତ ହେଲାରୁ ଋଣ ଟଙ୍କା ଓ ତହିଁର ସୁଧ ୟାହା ହୋଇଥିବା ତାହା ମହାଜନକୁ ନଗଦ ନ ସୁଝି ସେ ସମୟର ଦାଣ୍ଡ ଭାଉ ଅପେକ୍ଷା ସସ୍ତା ଦରରେ ମହାଜନକୁ ଧାନ ବା ଅନ୍ୟାନ୍ୟ ଶସ୍ୟ ଦେବେ ଏହି ଚୁକ୍ତିରେ ଚାଷିମାନେ ଋଣ କରିବା ରୀତିକୁ 'କାଢ଼ିଆ' ବୋଲାଯାଏ ଏ ରୀତରେ ମହାଜନର ଦୁଇ ପ୍ରକାର ଲାଭ ହୁଏ, ଟଙ୍କା ଉପରେ ସୁଧ ପାଏ ଓ ଦାଣ୍ଡ ଭାଉ ଅପେକ୍ଷା ସସ୍ତାରେ ଶସ୍ୟାଦି ପାଏ ଚାଷୀ ସୁଧକୁ ସୁଧ ଦିଏ ଓ ତା ଉପରେ ଦାଣ୍ଡ ଭାଉ ଅପେକ୍ଷା ସସ୍ତା ଭାଉରେ ମହାଜନକୁ ଶସ୍ୟାଦି ଦିଏ]

ଦେ. ବିଣ. —

୧: ଉଠାଣ କରାଯିବା; କାଳି ଆଣିବା; ଧାର କରାଯିବା (ସଉଦା) — ୧. (commodities) Borrowed; taken in advance of the payment.

୨: କାଢୁଆ; ବଳୁଆ; ପରାକ୍ରାନ୍ତ — ୨. Powerful; strong.