Jump to content

କାଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡ
ଉଚ୍ଚାରଣ: Kāṇḍa

ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) —

୧: ବୃନ୍ତ; ଡ଼େମ୍ପ; ନାଡ଼ —୧. Stalk; stem.

୨: ଗଛର ଗଣ୍ଡି; ସ୍ବନ୍ଧ —୨. Trunk of a tree.

୩: ଗୁଚ୍ଛ —୩. Bunch.

୪: ସ୍ତମ୍ଭ —୪. Pillar.

[ଦ୍ର—ଭାରତୀୟ ଶିଳ୍ପ ବିଭିନ୍ନ ଆକୃତି ସ୍ତମ୍ଭ ବା କାଣ୍ଡର ସୂଚନା ଦେଇଥିଲେ ମଧ୍ୟ ଏହା ପ୍ରଧାନତଃ ପାଞ୍ଚ ପ୍ରକାର—୧: ବ୍ରହ୍ମକାଣ୍ଡ =ସମଚତୁରସ୍ର,=୨: ଶିବକାଣ୍ଡ=ପଞ୍ଚକୋଣବିଶିଷ୍ଟ, ୩: ସ୍କନ୍ଧକାଣ୍ଡ =ଷଷ୍ଠକୋଣବିଶିଷ୍ଟ, ୪: ବିଷ୍ଣୁକାଣ୍ଡ=ଅଷ୍ଟକୋଣବିଶିଷ୍ଟ, ୫: ରୁଦ୍ରାକାଣ୍ଡ=ଷୋଡ଼ଶକୋଣବିଶିଷ୍ଟ ପୁରୀର ଅରୁଣସ୍ତମ୍ଭ ଶେଷୋକ୍ତ ପ୍ରକାର ଅଟେ ଜଗବନ୍ଧୁ ପ୍ରାଚୀନ ଉତ୍କଳ—ପୃ୪୧୩: ]

୫: ଗୋଟିଏ ଗୋଟିଏ ସମୟ ବା ସ୍ଥାନ ବା ଅଂଶ ବା ବିଷୟକୁ ଅବଲମ୍ବନ କରି ରଚିତ ୭: ଖଣ୍ଡରେ ରଚିତ ରାମାୟଣର ଗ୍ରନ୍ଥାଂଶ; ପ୍ରସଙ୍ଗ —୫. One of the seven volumes of the Rāmāyaṇa.

[ଦ୍ର—ରାମାୟଣର ସାତ କାଣ୍ଡ; ଯଥା—ଆଦିକାଣ୍ଡ, ଅଯୋଧ୍ୟାକାଣ୍ଡ, ଆରଣ୍ୟକାଣ୍ଡ, ସୁନ୍ଦରାକାଣ୍ଡ, କାଷ୍କିନ୍ଧ୍ୟାକାଣ୍ଡ, ଲଙ୍କାକାଣ୍ଡ, ଉତ୍ତରାକାଣ୍ଡ]

୬: ଗ୍ରନ୍ଥର ଅଧ୍ୟାୟ; ପରିଛେଦ; ପ୍ରକରଣ — ୬. Canto; section; chapter of a book.

୭: ନିର୍ଜନ ସ୍ଥାନ —୭. Solitary place.

୮: ବାଣ; ଶର —୮. Arrow.

କୁସୁମ କଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ କବିସୂର୍ଯ୍ୟ. କିଶେରୀଚମ୍ପୁ

୯: ଦଣ୍ଡ —୯. Stick.

୧: ଅବସର —୧୦. Leisure; occasion.

୧୧: ପ୍ରସ୍ତାବ —୧୧. Proposal.

୧୨: ଗଦା; ରାଶି —୧୨. Heap.

୧୩: ସମୂହ; ବୃନ୍ଦ —୧୩. Collection; multitude.

୧୪: ଜଳ —୧୪. Water.

୧୫: ବ୍ୟାପାର; ଘଟନା — ୧୫. Event; occurrence; state of a affairs.

୧୬: ବେଦର ୩: ବିଭାଗ — ୧୬. Three section of the Bedas.

[ଦ୍ର—ବେଦର ତିନି କାଣ୍ଡ—କର୍ମକାଣ୍ଡ, ଉପାସନାକାଣ୍ଡ ଓ ଜ୍ଞାନକାଣ୍ଡ]

୧୭: ହାତ ବା ଗୋଡ଼ର ନଳି ହାଡ଼ — ୧୭. The bone of the leg and hand.

୧୮: ଧନୁର ମଝିର ମୋଟା ଅଂଶ—(ହି.ଶବ୍ଦସାଗର) — ୧୮. The thicker middle part of a bow.

୧୯: ମିଥ୍ୟା ପ୍ରଶଂସା (ହି. ଶବ୍ଦସାଗର) — ୧୯. False praise; flattery.

ସଂ. ବିଣ. —

୧: ନିର୍ଜନ —୧. Solitary.

୨: ନୀଚ —୨. Mean; low.

ଦେ. ବି —

୧: ପୁରୁଷଚିହ୍ନ; ଲିଙ୍ଗ; ପୁଂ ଜନନେନ୍ଦ୍ରିୟ — ୧. Penis.

୨: ବ୍ୟବହାର; ଆଚରଣ —୨. Conduct.

୩: ଧନୁ —୩. Bow.

୪: (ପାନବରଜୀ) ପାନ ବରଜରେ ଧାଡ଼ି ଧାଡ଼ି ହୋଇ ଲଗା ଯାଇଥିବା ପ୍ରତ୍ୟକ ପାନଲଟାକୁ ସିଧାଭାବରେ ଲଟାଇବାପାଇଁ ପୋତା ଯାଇଥିବା ପାଖୁଡ଼ି ବା ଇଞ୍ଚାଡ଼ — ୪. Twigs or reed driven into the ground for training a betel creeper.

୫: କଣ କାଣ୍ଡ;ଚାଳ ଘରର କୋଣରେ ଥିବା ବଡ଼ ରୁଅ — ୫. The Corner plate of a thatch.