କାଣ୍ଡବିଭା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡବିଭା
ଉଚ୍ଚାରଣ: Kāṇḍabibhā

ଦେ. ବି. (ସଂ. କାଣ୍ଡ ଓ ବିବାହ) —

୧: ଓଡ଼ିଶାରେ ଶୂଦ୍ରଜାତୀୟା କନ୍ୟା ବିବାହ ପୂର୍ବରୁ ରଜୋବତୀ ହେଲେ ପ୍ରଥମେ ଗୋଟିଏ କାଣ୍ଡ ସଙ୍ଗେ ତାହାର ଯେଉଁ ବିବାହକ୍ରିଆ ସମ୍ପନ୍ନ ହୁଏ — ୧. The symbolical marriage of a matured Ṡuādra girl to an arrow before actual marriage with a bride-groom.

୨: ଶୂଦ୍ର ବିଧବା ଅବିବାହିତ ପୁରୁଷଙ୍କୁ ବିବାହ କରିବା କିମ୍ବା ଶୂଦ ମୃତଦାର ପରୁଷ ଅବିବାହିତା କନ୍ୟାକୁ ବିବାହ

କରିବା ପୂର୍ବରୁ ଅବିବାହିତ ବ୍ୟକ୍ତି ପ୍ରଥମେ ଗେଟିଏ କାଣ୍ଡ ସଙ୍ଗେ ବିବାହକ୍ରିଆ ଅଭିନୟ କରିବା ପ୍ରଥା — ୨. The symbolical marriage of a maiden-bride or a bachelor bride-groom with an arrow, before being married to a widower or a widow respectively.

ପ୍ରାଦେ. (ଗଡ଼ଜାତ) ବି —

ଶୂଦ୍ରମାନଙ୍କ ମଧ୍ୟରେ ଅରଜସ୍ଥା କନ୍ୟା ସଙ୍ଗେ ପଟେ କାଣ୍ଡକୁ ସାକ୍ଷୀ ରଖି ଜାତିର ଜଣେ ବୁଡ଼ା ସଙ୍ଗେ ଦିଆଯିବା ନାମମାତ୍ରବିବାହ —A nominal marriage of an unmatured Ṡūdra girl to an old man by installing an arrow as a witness.

[ଦ୍ର—ଗଡ଼ଜାତରେ ଶୂଦ୍ର ବା ଚଷାମାନଙ୍କ ସମାଜରେ କନ୍ୟା ଋତୁମତୀ ହେବା ପୂର୍ବରୁ ତାହାପାଇଁ ବରପାତ୍ର ଘଟନା ନ ହେଲେ ପିଲାକନ୍ୟାକୁ ଜାତିର ଜଣେ ଅତି ବୃଦ୍ଧ ବ୍ୟକ୍ତି ସଙ୍ଗେ ନାମମାତ୍ର ବିବାହ କରାଇ ଦିଆଯାଏ ଓ ବିବାହ ବେଦିରେ ପଟେ କାଣ୍ଡକୁ ସାକ୍ଷୀରୂପେ ପୋତି ଦିଆଯାଏ ଏହି ବିବାହକୁ କାଣ୍ଡବିଭା କହନ୍ତି ବରେ ବରପାତ୍ର ମିଳିଲେ କନ୍ୟା ଋତୁମତୀ ହେବାପରେ ଉକ୍ତ ବର ସଙ୍ଗେ ପ୍ରକୃତ ବିବାହ ସମ୍ପନ୍ନ ହୁଏ ଶୂଦ୍ରମାନଙ୍କର ଏ ପ୍ରଥା ପ୍ରତି— ବେଶୀ ବ୍ରାହ୍ମଣମାନଙ୍କ ସମାଜରେ ଚଳୁଥିବା ବାଳିକାବିବାହକୁ ଅନୁକରଣ କରିବାର ପ୍ରୟାସ ବୋଲି ଅନୁମିତ ହୁଏ ଶୂଦ୍ରମାନଙ୍କ ସମାଜରେ ଯୁବତୀବିବାହ ପୌରାଣିକ ଯୁଗରୁ ଚଳି ଆସୁଥିବାର ନିଦର୍ଶନ ଅଛି ଓ ଅଧିକାଂଶ ଶୂଦ୍ର ସମାଜରେ ଯୁବତୀବିବାହ ପ୍ରଚଳିତ]