Jump to content

କାନୁନ୍ଗୋ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନୁନ୍ଗୋ
ଉଚ୍ଚାରଣ: Kānungo
কানুনগো, কাননগো कानुनगो

ବୈଦେ. ବି. (ଫା) —

କଲେକ୍ଟରଙ୍କ ଅଧସ୍ତନ ରାଜସ୍ବ- ବିଭାଗର କର୍ମଚାରୀବୀଶେଷ; ଜମି ଆଦି ମାପ କରିବା ନିମନ୍ତେ ନିଯୁକ୍ତ ସରକାରୀ କର୍ମଚାରୀ — A Kanungo; a subordinate revenue officer; a public officer engaged to measure land.

[ଦ୍ର—ମୋଗଲମାନଙ୍କ ଅମଳରେ କାନୁନ୍ଗୋମାନେ ରାଜସ୍ବ ସଂକ୍ରାନ୍ତ ଉଚ୍ଚତ୍ତମ କର୍ମଚାରୀ ଥିଲେ ମୁଷଳମାନମାନଙ୍କ ଅମଳରେ ଏମାନଙ୍କ ନାମ ଥିଲା ଭୁଇଁମୂଳ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ଅଧୀନରେ 'କାନୁନ୍ଗୋ'ମାନେ ମଫସଲରେ ଅନେକ ରାଜସ୍ବ ସମ୍ପର୍କୀୟ ସମ୍ବାଦ କଲେକ୍ଟରଙ୍କୁ ଯୋଗାନ୍ତି; ଗୋଚର ଓ ସର୍ବସାଧାରଣ ଜମିକୁ କେହି ଅଯଥା ଅଧିକାର କଲେ ତାହା କଲେକ୍ଟରଙ୍କୁ ରିପୋର୍ଟ କରନ୍ତି; ଜମି- ଦାରଙ୍କ ବାକି ଖଜଣା ପାଇଁ ପ୍ରଜାର ଫସଲ କୋରଖ କରନ୍ତି, ଜମିଦାରମାନଙ୍କ ମୃତ୍ଯୁସମ୍ବାଦ, ଫସଲର ଅବସ୍ଥା ଦୁର୍ଭିକ୍ଷସମ୍ବାଦ, ବଜାର ଦର, ଋତୁଘଟିତ ସମ୍ବାଦ ଗଭର୍ଣ୍ଣମେଣ୍ଟଙ୍କୁ ଯୋଗାନ୍ତି; ରାଜସ୍ବ ସଂକ୍ରାନ୍ତ ଡିଗ୍ରିୟାରି ସମ୍ପର୍କରେ ଦେଣଦାରମାନଙ୍କର ଚଳନ୍ତି ସମ୍ପତ୍ତି କୋରଖ କରନ୍ତି ଓ ଦୁର୍ଭିକ୍ଷ ସମୟରେ ପ୍ରଜାମାନଙ୍କୁ ଦଗାବୀ ଋଣ ଦାଦନ କରନ୍ତି; କଲେକ୍ଟରଙ୍କ ଆଦେଶ ଅନୁସାରେ ବିବାଦୀୟ ଜମି ମାପନ୍ତି ଏମାନଙ୍କୁ ମାପକାର୍ୟ୍ୟରେ ସାହାଯ୍ୟ କରିବାକୁ ଏହାଙ୍କ ଅଧୀନରେ ଜଣେ ଜଣେ 'ଚେନ୍ମେନ୍' ଥାଆନ୍ତି ଏମାନେ ରାଜସ୍ବ ସଂକ୍ରାନ୍ତି ସମ୍ବାଦ ସଂବଳିତ କେତେଗୁଡ଼ିଏ ରେଜେଷ୍ଟରି ପୂରଣ କରି ରଖନ୍ତି ଓ କଲେକ୍ଟର ସମୟସମୟରେ ଏହାଙ୍କ ଅଫିସ୍ ପରିଦର୍ଶନ କରନ୍ତି କାନୁନ୍ଗୋମାନଙ୍କ ଇଲାକାକୁ ଚକଲା ବୋଲା- ଯାଏ ମଫସଲର କାନୁନ୍ଗେ ମାନଙ୍କ ଉପରେ ଜିଲ୍ଲାର ସଦର ମହକୁମାରେ ସଦର କାନୁନ୍ଗୋ ଥାଆନ୍ତି କାଳକ୍ରମେ କରଣମାନଙ୍କ ମଧ୍ୟରେ କେତେକ ସ୍ଥାନରେ କାନୁନ୍ଗୋ ବଶୋପାଧିରେ ପରିଣତ ହୋଇଅଛି