କାଫି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଫି
ଉଚ୍ଚାରଣ: Kāphi
ସଂ. ଅଟନ୍ତି; ମ୍ଳେଚ୍ଛଫଳ কাফি काफि

ବୈଦେ. ବି. (ତୁରଷ୍କ, କଫି; ଇଂ. କଫ୍ଫୀ; ଆ. କାଓଆ) —

୧: ଆରବ ଓ ଆଫ୍ରିକା ଦେଶର ଆଛୁ ଗଛ ଜାତୀୟ ଗଛ ଓ ତହିଁର ବୀଜ; କାଫି (ଦେଖ) ୧. Coffea Arahica; the Coffee plant; Kāphi (See)

୨: କାଫି ଗଛର ଫଳ — ୨. The coffee berries.

୩: କାଫି ଗଛ ଫଳର ଭଜା ଚୂନା — ୩. The powder of the berries fried and pounded for use.

୪: ଗରମ ପାଣିରେ କାଫିଚୀର୍ଣ୍ଣ ମିଶାଇ ତାକୁ ଛାଣି ତହିଁରୁ ପ୍ରସ୍ତୁତ ପାନୀୟ — ୪. The drink prepared from coffee.

[ଦ୍ର—ଏଥର ବୀଜ ଭାଜି ଚୂନା କରି ସିଦ୍ଧ ଜଳରେ ମିଶାଇ, ଛାଣି ସେ ପାଣିକୁ ଦୁଧ ଓ ଚିନି ସଙ୍ଗେ ମିଶାଇ, ଲୋକ ଶରୀରର ଆଳସ୍ୟ ନିବାରଣାର୍ଥ ସେବନ କରନ୍ତି ଏହା ବର୍ତ୍ତମାନ ଲଙ୍କା ଓ ଦକ୍ଷିଣ ଭାରତରେ ଉତ୍ପନ୍ନ ହୁଏ]

ବୈଦେ. ବିଣ. (ଆ. କାଫୀ) (କଚିରିଆ ଭାଷା) —

୧: କାର୍ୟ୍ୟକାରୀ; ଫଳପ୍ରଦ — ୧. Effective; effectual; efficacious.

୨: ପ୍ରଯୋଜନୀୟ —୨. Useful.

୩: ଯେତିକି ପ୍ରଯୋଜନୀୟ ସେତିକି — ୩. So much as is necessary.

୪: ୟଥେଷ୍ଟ; ପର୍ୟ୍ୟାପ୍ତ —୪. Suffecient; enough.

ଦେ. ବି —

ସଙ୍ଗୀତର ରାଗିଣୀବିଶେଷ — Name of a musical air.

[ଦ୍ର—କାଫିରାଗ—ସମ୍ପୂର୍ଣ୍ଣ ଜତିର ଗୋଟିଏ ରାଗ, ଏଥିରେ ଗାନ୍ଧାର ଓ କୋମଳ ସ୍ବର ଲାଗେ ଏହା ଆଶାବରୀ, ଗୁର୍ଜରୀ ଓ ଭୈରବୀ ରାଗମାନଙ୍କ ଯୋଗରେ ଉତ୍ପନ୍ନ ଏହା ଗଇବାର ସମୟ ୧: ଦଣ୍ଡଠାରୁ ୧୬: ଦଣ୍ଡ ଏଥିସଙ୍ଗେ କାନାଡ଼ା, ତୋଡ଼ି, ହୋଲୀ ଆଦି କୋତେକ ରାଗ ମଧ୍ୟ ଯୁକ୍ତ ହୁଏ ଜ୍ଞାନେନ୍ଦ୍ର; ହି. ଶବ୍ଦସାଗର]