କାମୋଦୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମୋଦୀ
ଉଚ୍ଚାରଣ: Kāmodī

ସଂ. ବି.—(କାମୋଦ+ସ୍ତ୍ରୀ. ଈ, ଏହାର ଅନ୍ୟ ଆକାର କାମୋଦ) —

ରାଗିଣୀବିଶେଷ — Name of a musical air.

[ଦ୍ର—ଏହା କାମୋଦ ରାଗର ସ୍ତ୍ରୀ, କେହି କେହି ଏହାକୁ ଦୀପକ ରାଗ କହନ୍ତି ଏ ସଂପୂର୍ଣ୍ଣ ଜାତିର ଏକ ରାଗିଣୀ; ଏହା ରାତ୍ରିର ଦ୍ବିତୀୟ ପ୍ରହରର ଦ୍ବାତୀୟ ଘଡ଼ିରେ ଗାନ କରାଯାଏ ହି. ଶବ୍ଦସାଗର]


କାମୋଦୀ ରାଗ ଶ୍ରୀ ମେଳର ରାଗ । ଏହା ଷାଡ଼ବ-ସମ୍ପୂର୍ଣ୍ଣ ଜାତିର ଏବଂ ଏଥିରେ ନିଷାଦ କୋମଳ ହୋଇଥାଏ ।
ଏହାର ଆରୋହ : ସା ରେ ଗା ମା ପା ଧା ସା
ଅବରୋହ : ସା ନି ଧା ପା ମା ଗା ରେ ସା


ଅନ୍ୟ ପାରମ୍ପରିକ ମତରେ, ଏହା କ୍ୱଚିତ୍ କୋମଳ ଗାନ୍ଧାର ପ୍ରୟୋଗ ମଧ୍ୟ ହୋଇଥାଏ (ବାଧିଲା ଜାଣି କ୍ଷମା ଆଦି ପାରମ୍ପରିକ ଗୀତ ଦ୍ରଷ୍ଟବ୍ୟ) :
ଆରୋହ : ସା ରେ ମା ପା ଧା ନି ସା
ଅବରୋହ : ସା ନି ଧା ପା ମା ଗା ରେ ଗା ରେ ସା