Jump to content

କାର୍ତ୍ତିକେୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତିକେୟ
ଉଚ୍ଚାରଣ: kārttikeya

ସଂ. ବି. ପୁଂ. (କୃତ୍ତିକା+ ଅପତ୍ୟାର୍ଥେ. ଏୟ) —

କୁମାର; ଷଡ଼ାନନ —God Kārttika; son of Ṡiba.

[ଦ୍ର—ଏହାଙ୍କ ଜନ୍ମ ପରେ ଏହାଙ୍କ ଶିଶୁ ଅବସ୍ଥାରେ ଶରବନରେ ପାଇ କୃତ୍ତିକାଦି ଛଅ ଭଉଣୀ ସ୍ତନ୍ୟପାନ କରାଇଥିବାରୁ ଏହାଙ୍କର ଛଅ ଗୋଟି ମୁହଁ ହେଲା ଓ ଏହାଙ୍କ ନାମ କାର୍ତ୍ତିକେୟ ହେଲା ଏ ଶିବଙ୍କର ପୁତ୍ର ଏ ଦେବସେନାଙ୍କ ସେନାପତି ହୋଇ ତାରକା- ସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି ଗୋଟିଏ କପୋତରୂପ ଧରି ସେଠାରେ ଲୁଚିଥିଲେ ପାର୍ବତୀ ମହାଦେବଙ୍କର ଉଗ୍ରତେଜଃସମ୍ପନ୍ନ ରେତଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲ ଅଗ୍ନି ତାହା ସମ୍ବାଳି ନ ପାରି ସ୍ବର୍ଗଗଙ୍ଗାରେ ପକାଇଲେ ଗଙ୍ଗା ତାକୁ ସମ୍ବାଳି ନ ପାରି ଶରବଣରେ ପକାଇଲେ ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ୟତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ ଏହାଙ୍କର ଅନ୍ୟ ନାମ ଗଙ୍ଗାପୁତ୍ର, ସ୍ପନ୍ଦ, କୁମାର ଶରଜନ୍ନା, ତ୍ରୌଞ୍ଚଦାରଣ ଷଣୁଖ, ଷଡ଼ାନନ. ସେନାନୀ, ତାରକଜିତ୍ ଅଗ୍ନିଭୂ, ଗୁହ. ଏହାଙ୍କର ବାହନ ମଯୁର ଏ ଶର ଦ୍ବାରା ତ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ ଓ ଦେବସେନାଙ୍କର ସେନାପତି ଥିଲେ ]