କାଳକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକ
ଉଚ୍ଚାରଣ: Kāḻaka

ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) —

୧: ଦେହରେ ଜନ୍ମକାଳରୁ ଥିବା କୃଷ୍ଣବର୍ଣ୍ଣ ଚିହ୍ନ; ଦେହରେ କଳାଜାଇ ମନ୍ଦା — ୧. A black mole on the body.

୨: ଜଳଚର ଧଣ୍ଡ ସାପ — ୨. A nonpoisonous aquatic serpent.

୩: କଳା କାସୁନ୍ଦି ଶାଗ — ୩. A pot herb; Cassia Occidentalis.

୪: (କଳ ଧାତୁ=ପ୍ରେରଣ କରିବା+କର୍ତ୍ତୃ. ଅକ)— ୟକୃତ୍ ରୋଗ —୪. A disease of the liver; biliousness.

୫: ହେଙ୍ଗୁ —୫. Asafoetida

୬: ଲାଖ; ଜଉ —୬. Shell-lac.

(କାଳିକା—ସ୍ତ୍ରୀ)

ସଂ. ବିଣ. ପୁଂ. (କାଳ+ସଂଯୁକ୍ତାର୍ଥେ. କ)

କୃଷ୍ଣବର୍ଣ୍ଣଯୁକ୍ତ — Black

ଦେ. ଅ —

୧: ବହୁକାଳ —୧. For a long time.

ଦିନକ ଭାତ କାଳକ କଥା—ଢଗ

୨: କାଳୟାକ; ଗତ ବହୁ ଦିବସ ହେଲା — ୨. For a long time past.

ମାରି ମାରି ଗଲା କାଳକ, ଆଉ ରହିଗଲା ଫାଳକ—ଢଗ

୩: ଆବହମାନ କାଳରୁ; ଗତ ହୋଇଥିବା ବହୁକାଳରୁ; ଚିରକାଳପାଇଁ —୩. For an age past; from time immemorial; for ever.

୪: ଦିହକ; ପୁରୁଷକ; ଜୀବନୟାକ — ୪. For one generation; throughout life.

ତୁମ୍ଭର ଏ ଅନୁଗ୍ରହ କାଳକ ରହିଛି—ମଧୁସୂଦନ. ଉତ୍ତରରାମଚରିତ୍ର