Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

କାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳୀ
ଉଚ୍ଚାରଣ: Kāḻi

ସଂ. ବି. ସ୍ତ୍ରୀ. (କାଳ+ସ୍ତ୍ରୀ. ଈ) —

୧: ତନ୍ତ୍ରଶାସ୍ତ୍ରୋକ୍ତ କାଳରୂପିଣୀ ଶକ୍ତି; କାଳିକ ଦେବୀ; ଶିବପତ୍ନୀ; ତଣ୍ଡୀ — ୧. Goddess Chaṇḍī or Kāḻikā.

[ଦ୍ର—ଏ ମୂର୍ତ୍ତି ଚତୁର୍ହସ୍ତା, ନଗ୍ନା, ଲୋଳଜିହ୍ବା, ମୁଣ୍ଡମାଳା— ଧାରିଣୀ; ଏକ ଡାହାଣ ହସ୍ତରେ ଖଣ୍ଡ (ଖଣ୍ଡା) ଓ ଅପର ଏକ ବାମ ହସ୍ତରେ ନରମୁଣ୍ଡ (ଖପର) ଧାରଣ କରି ଶିବଙ୍କ ଉପରେ ଦଣ୍ଡାୟମାନ]

୨: କୃଷ୍ଣବର୍ଣ୍ଣା ସ୍ତ୍ରୀ — ୨. Dark-complexioned woman.

୩: ଧୀବରରାଜକନ୍ୟା ସତ୍ୟାବତୀ; ମତ୍ସ୍ୟଗନ୍ଧା; ବ୍ୟାସଦେବଙ୍କ ମାତା —୩. Satyabatī, the mother of sage Byāsa.

୪: ନବ ମେଘମାଳା —୪. New clouds.

୫: କୃଷ୍ଣପକ୍ଷର ରାତ୍ରି —୫. Dark night.

୬: ଉଗ୍ରା ସ୍ତ୍ରୀ —୬. Virago; vixen.

୭: କାଳିକା (ଦେଖ) ୭. Kāḻikā (See)

[ଦ୍ର—କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ପରିଚିତା; ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି; ଏ ରକ୍ତବୀଜର ରକ୍ତ ପାନ କରିଥିଲେ ଦକ୍ଷୟଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ]

ଦେ. ବି —

୧: କାଳି (ଦେଖ) ୧. Kāḻi (See)

୨: ରାଗବିଶେଷ —୨. A kind of metre.

ଦେ. ବିଣ. ସ୍ତ୍ରୀ. (ରାଗ ଦେଖ) —

କୃଷ୍ଣବର୍ଣ୍ଣବିଶିଷ୍ଟା (ସ୍ତ୍ରୀ) — Dark-complexioned (women).

ଏକଉଁ କାଳୀ, ପିନ୍ଧିଛି କାଚ କୋଚିଳା ମାଳି—ଢଗ