Jump to content

କିଣିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣିବା
ଉଚ୍ଚାରଣ: kiṇibā
কেনা खरीदना; मोलना

(ବିକିବା—ବିପରୀତ)

(କିଣିଇବା—ପ୍ରଯୋଜନରୂପ)

ଦେ. କ୍ରି. (ସଂ. କ୍ରୀ ଧାତୁ) —

୧: ମୂଲ୍ୟ ଦେଇ କୌଣସି ପଦାର୍ଥ ଗ୍ରହଣ କରିବା; କ୍ରୟ କରିବା — ୧. To purchase.

୨: (ଲକ୍ଷଣାର୍ଥ) ମୁଗ୍ଧ କରିବା; ମୋହିତ କିରବା —୨. (figurative) To enchant; to enrapture.

୩: (ଲକ୍ଷଣାର୍ଥ) ଉପକାର ସ୍ନେହ ବା ସେବାଦିଦ୍ବାରା (ଅନ୍ୟର ମନକୁ) ସମ୍ପୁର୍ଣ୍ଣରୂପେ ବଶ କରିବା ବା ଚିର କାଳ କୌଣସି ବ୍ୟକ୍ତିକୁ ବାଧିତ କରିବା —

୩. (figurative) To enchant a person for life; to keep person obliged for ever by rendering him some good turn or by affection.

ତେଣୁ କୃଷ୍ଣର ମୋ ଶରୀର; କିଣିଲା ସେବକ ମୁଁ ତାର—ଜଗନ୍ନାଥ.ଭାଗବତ

୪: (ଲକ୍ଷଣାର୍ଥ) ଆପଦାଦିକୁ ଡ଼ାକି ଆଣିବା; ନିଜର କାର୍ୟ୍ୟଦ୍ବାରା ଅବଶ୍ୟମ୍ଭାବୀ ଦୁଃଖାଦି ଘଟିବାର କାରଣ ହେବା —୪. (figurative) To court (disaster etc); to do something to deserve (a desaster or desease).

(ଯଥା—ଏ ଜମି ଖଣ୍ଡକ କବାଲା କରିବା ଦ୍ବାରା ଗୁଡ଼ିଏ ମକଦ୍ଦମା କରିଛି)

୫: ଜିତିବା; ବଳିପଡ଼ିବା —୫. To excel.

ଉପମା ସୃଷ୍ଟି କିଣିଲା—ଅଭିମନ୍ଯୁ. ବିଦଗ୍ଦଚିନ୍ତମଣି

୬: (ଲକ୍ଷଣାର୍ଥ) ଟାଣିନେବା; କାଢ଼ିନେବା; ଦୂର କରିବା — ୬. (Figurative) To draw out; to cause to disappear.

ଭଲା ସାଜେଣି ବାଜେଣି କଟିରେ କିଙ୍କିଣୀ ପୁଣି କିଣି କିଣି ନେବ ମାର୍ଜସୁ ମାନକୁ କିଣି କିଣି ହେଲାକ୍ଷଣି— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୭: (ଲକ୍ଷଣାର୍ଥ) ଧନାଦି ଦେଇ ତହିଁରେ ବଳଦରେ କୌଣସି ବ୍ୟକ୍ତିକୁ ଆପଣାର ପୂର୍ଣ୍ଣ ଆୟତ୍ତରେ ରଖିବା — ୭. (Figurative) To enslave; to bring a person under one's control or mastery by paying money etc.

[ଦ୍ର—ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ଆଣିବା, ଦେବା, ନେବା, ପକାଇବା ରଖିବା କ୍ରିୟାମାନ ସହଚରରୂପେ ବ୍ୟବହୃତ ହୁଏ ଓ ଏହି କ୍ରିୟାର ସମାପିକାରୂପ ସଙ୍ଗେ ବିକିବାକ୍ରିୟା ପ୍ରତିଚର ଶବ୍ଦରୂପେ ବ୍ୟବହୃତ ହୁଏ]