Jump to content

କିମ୍ଭୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମ୍ଭୀର
ଉଚ୍ଚାରଣ: Kimbhīra
কুমীর मगर

ଦେ. ବି. (ସଂ. କୁମ୍ଭୀର) —

ଜଳଜନ୍ତୁବିଶେଷ; କୁମ୍ଭୀର — Alligator; crocodile.

ପାଣିରେ ଘର କରି କୁମ୍ଭୀର ସଙ୍ଗରେ ବାଦ କରିବା—ନ୍ୟାୟ

[ ଦ୍ର—ଏମାନେ ସରୀସୃପ, ଅଣ୍ଡଜ ଓ ଉଭୟଚର ଅଟନ୍ତି ପାଞ୍ଚ ପ୍ରକାର କିମ୍ଭୀର ଅଛନ୍ତି; ଯଥା—ଗୋମୁହାଁ, ଘଡ଼ିଆଳ ବା ଦାଢ଼ିଆଣି, ଶଙ୍ଖୁଆ, ଥଣ୍ଟିଆ ଓ କୁଜୀ ଏମାନେ ମଧୁରପାଣିରେ ବିଚରଣ କରନ୍ତି ଗୋମୁହାଁମାନେ ମନୁଷ୍ୟ ଓ ଜୀବଙ୍କୁ ଖାଆନ୍ତି ଏମାନଙ୍କ ଖଗ ବା ଲାଞ୍ଜ ଖୁବ୍ ଶକ୍ତିଯୁକ୍ତ କୁମ୍ଭୀରମାନଙ୍କ ପେଟ ଚିରିଲେ ସେମାନେ ଖାଇଥିବା ମନୁଷ୍ୟମାନଙ୍କର ଧାତୁମୟ ଅଳଙ୍କାରାଦି ତାଙ୍କ ପେଟରେ ରହିଥିବାର ଦେଖାଯାଏ]