କୁଞ୍ଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଚି
ଉଚ୍ଚାରଣ: Kun̄chi

ସଂ. ବିଣ (କୁଞ୍ଚ୍ ଧାତୁ= ସଂକୁଚିତ ହେବା+କର୍ତ୍ତୃ. ଇ) —

ଶସ୍ୟାଦିର ଆଠ ମୁଠା ପରିମାଣ — A measure of ୮ handfuls (of corn).

কুজা कूजा কুজি कूंजि

ଦେ. ବି. (ଫା. କୂଜା) —

୧: ଛୋଟ ମାପୟନ୍ତ୍ର ବା ମାଣ — A small measuring pot.

୨: ଛୋଟ ମାଟି ଘଡ଼ି — ୨. A small earthen pot.

୩: (ସଂ. କୁଞ୍ଚିକା)—କୋଲପର ଚାବି; ତାଲାକାଠି — ୩. Key of a padlock.

୪: (ଲକ୍ଷଣାର୍ଥ) କୌଣସି ସମସ୍ୟା ସାଧନର ମନ୍ତ୍ର ବା ବୀଜ — ୪. (figurative) Key to the solution of a problem.

ପ୍ରାଦେ. —

୧: (ସମ୍ବଲପୁର) ବି.—ମହୁଲ ଆଦିର କୁଞ୍ଚିତ କଢ଼ି — ୧. Wrinkled buds of Mahwa flower.

୨: (ମେଦିନୀପୁର) ବି.—ଶିର (ଦେଖ) — ୨. Ṡira (See)