Jump to content

କୁଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟିବା
ଉଚ୍ଚାରଣ: Kuṭibā
কুটা कुटना

ଦେ. କ୍ରି. (ସଂ. କୁଟ୍ଟୁ ଧାତୁ) —

୧: କୌଣସି ବସ୍ତୁକୁ ହିମାମ୍ଦିସ୍ତା ବା ଢିଙ୍କିରେ ଛେଚିବା, ଖଣ୍ଡ ଖଣ୍ଡ ବା ଚୂନା କରିବା ବା ତହିଁରୁ ସାର ବାହାର କରିବା —To press or pound a thing with Ḍhiṅki or pestle; to husk.

(ଯଥା— ଧାନ କୁଟିବା, ଚୁଡ଼ା କୁଟିବା, ସୁରୁକି କୁଟିବା, ଔଷଧ କୁଟିବା ଇତ୍ୟାଦି)

[ଦ୍ର—ଧାନକୁ କୁଟି ଚାଉଳ ବା ଚୁଡ଼ା କରାଯାଏ, ଌଟାକୁ କୁଟି ସୁରୁକି କରାଯାଏ, ଚାଉଳକୁ କୁଟି ଚୂନା କରାଯାଏ କଥାରେ କେହି କେହି ଯଥାକ୍ରମେ ଧାନ, ଇଟା, ଚାଉଳ କୁଟିବା କହନ୍ତି ଓ କେହି କେହି ଯଥାକ୍ରମେ ଚାଉଳ ବା ଚୁଡ଼ା, ସୁରୁକି ଓ ଚୂନା କୁ଼ଟିବା କହନ୍ତି ଫଳତଃ ଧାନକୁ କୁଟିଲେ ଚାଉଳ ହୁଏ ଓ ଚାଉଳକୁ କୁଟିଲେ ଚୂନା ହୁଏ; ଚୂନାକୁ କୁଟାଯାଏ ନାହିଁ]

୨: ସ୍ତ୍ରୀ ଲୋକମାନଙ୍କର ଶରୀରକୁ ଛୁଞ୍ଚି ସାହାର୍ୟ୍ୟରେ ଫୋଡ଼ି ତହିଁରେ କଳା ରଙ୍ଗର ବିଭିନ୍ନ ଚିତ୍ର ଫୁଟାଇବା; ଚିତା କୁଟିବା — ୨. To paint the limbs (of females) by pricking and injecting colouring matter into it; tattoo the body.

୩: ଖୁବ୍ ପ୍ରହର କରିବା; ମାଡ଼ ମାଡ଼ିବା — ୩. To give a sound beating.

ଅଙ୍ଗ ମୋର ଦେଖି ଉଲ୍ଲସି ଉଠେ ବଳାତ୍କାର କଲେ ବିଧବା କୁଟେ—ଢଗ

୪: ବିଶେଷ ଭାବରେ ବର୍ଷା କରିବା; ଦୁଲୁଦୁଲୁ କରି ବରଷିବା —୪. To rain cats and dogs; to rain profusely.

(ଯଥା—ଆଜି ସକାଳୁ ମେଘଗୁଡ଼ାଏ କୁଟୁଲାଣି)

୫: ମୃଦଙ୍ଗ ଆଦି ବାଦ୍ୟରେ ଘନଘନ ହସ୍ତ ଦ୍ବାରା ତାଳି ଦେବା —୫. To clap the palms briskly on the covering of drums.