କୁଣ୍ଡକୀଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡକୀଟ
ଉଚ୍ଚାରଣ: Kuṇḍakīṭa

ସଂ. ବି. ପୁଂ —

୧: ଜାର; ଉପପତ୍ନୀରକ୍ଷକ — ୧. A keeper of concubine. (M.W.)

୨: ଚାର୍ବାକ ମତଧାରୀ ବ୍ୟକ୍ତି; ଚାର୍ବାକବଚନାଭିଜ୍ଞ ବ୍ୟକ୍ତି — ୨. A follower of the Chārbāka doctrine.

[ଦ୍ର—ଏମାନଙ୍କ ମତରେ ସଂସାର ମଧ୍ୟରେ ମନୁଷ୍ୟ ଯେତେ ଦିନ ବଞ୍ଚି ରହିବ, ଖାଇ ପିଇ ମଉଜ କରି ଦିନ କଟାଇବ]

୩: ନାସ୍ତିକ ବ୍ୟକ୍ତି —୩. Atheist.

୪: ବ୍ରାହ୍ମଣୀ ଗର୍ଭରୁ ନୀଚଜାତୀୟ ପୁରୁଷ ଔରସ ଜାରଜ ସନ୍ତାନ; ପତିତା ବ୍ରାହ୍ମଣୀର ପୁତ୍ର — ୪. The son of a Brāhmaṇī woman born in adultery with a man of inferior caste.

୫: ଦାସୀ—କାମୁକ; ଦାସୀ ପ୍ରତି ଆସକ୍ତ ବ୍ୟକ୍ତି — ୫. A male enamoured of a maid-servant.