କୁନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଦ
ଉଚ୍ଚାରଣ: Kunda
ସଂ. ପର୍ୟ୍ୟାୟ— ଭୃଙ୍ଗବନ୍ଧୁ, ଅଟ୍ଟହାସ, ଦଳକୋଷ, ମାଧ୍ୟ, ମକରନ୍ଦ, ଶ୍ବେତପୁଷ୍ପ, ଶୁକ୍ଳପୁଷ୍ପ, ବନହାସ, ସଦାପୁଷ୍ପ, ମହୀମୋହ ବରଟ, ମୁକ୍ତାପୁଷ୍ପ, কুঁদ कुन्द ତେ. ମୋଲ୍ଲାଲାନୁ

ସଂ. ବି.—(କୁ=ଭୂମି+ଉନ୍ଦ୍ ଧାତୁ=ଓଦାକରିବା+କର୍ତ୍ତୃ. ଅ)

୧: ମଲ୍ଲିଫୁଲଜାତୀୟ ଗୁଳ୍ମ ଓ ତହିଁର ଧଳା ଫୁଲ — ୧. A flower-plant; Jasminum Pubescens, (with white flower of slight odour).

[ଦ୍ର— ଏହା ଲଟାଳିଆ ଗୁଳ୍ମ, ଫୁଲର ୫: ଟି ଫାଖୁଡ଼ା ଓ ଡ଼େମ୍ଫ ଲମ୍ବ, ଏ ପାଖୁଡ଼ାମାନ ଡ଼େମ୍ଫରେ ଏକ ପରସ୍ତ ହୋଇ ଲାଗିଥାଏ ଏ ଫୁଲର ବାସନା ଅତି ମୃଦୁ, ଫୁଲ ଆଶ୍ବିନ ଠାରୁ ଚୈତ୍ର ପର୍ୟନ୍ତ ଫୁଟେ କବିମାନେ ଶୁକ୍ଳ ବସ୍ତୁକୁ କୁନ୍ଦ ଫୁଲ ଓ କଢ଼ ସଙ୍ଗେ ଉପମା ଦିଅନ୍ତି, ଯଥା; 'ବିଭାସିତ ହୋଇ କୁନ୍ଦଦନ୍ତରେ' ଭଞ. ବୈଦେହୀଶବିଳାସ; ହେଲିନି ଯେ କୁନ୍ଦକଳିଦଶନା ଏସରି— କିରେ—କବିସୂର୍ଯ୍ୟ. କିଶୋରୀଚମ୍ଫୂ ଢ ଗୀତ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତଳ, ମଧୁର, କଷା, ଈଷତ୍ ରେଚକ ଓ ପାଚକ; ଏହା ପିତ୍ତ ଓ ରକ୍ତ ଦୃଷ୍ଟିରେ ଉପକାରୀ ]

୨: କୁବେରଙ୍କ ନବରତ୍ନ ମଧ୍ୟରୁ ଶୁକ୍ଳବର୍ଣ୍ଣ ନିଧିବିଶେଷ — ୨. Name of a white gem belonging to Kubera, the Hindu god of wealth.

୩: ପୌରାଣିକ ପର୍ବତବିଶେଷ — ୩. Name of a mythological mountain.

୪: ବିଷ୍ଣୁଙ୍କ ନାମବିଶେଷ — ୪. A name of Bishṇu.

୫: ନଅ ସଂଖ୍ୟା —୫. The number nine.

୬: ପଦ୍ମ —୬. Lotus.

୭: ସୁବାସିତ କରବୀ ଫୁଲବିଶେଷ — ୭. A kind of fragrant oleander (flower).

୮: କୁନ୍ଦାଯନ୍ତ୍ର; ବଢେଇ ଓ କମୀର ପ୍ରଭୃତି କାରିଗରଙ୍କର ଭ୍ରମି ଯନ୍ତ୍ର —୮. A turner's lathe.

କୁନ୍ଦେ କଟା ପ୍ରାଯେ ଏ ନିତମ୍ବ ତୋର ଦେଖି ହେଲା ବଡ଼ ଶୋକ ରାଧାନାଥ—ୟୟାତିକେଶରୀ

[ଦ୍ର—ଏଥିରେ ଫରୁଆ, କଠାଉଚୂଳ ଆଦି ଗୋଲାକାର ପଦାର୍ଥ କୁନ୍ଦି କରି ଗଢ଼ାଯାଏ ଓ ଲୁହା ଜିନିଷ ପାଲିସ ଓ ଛୁରି ଖୁର ଆଦି ଦାଢ଼ କରାଯାଏ ]

୯: ଲୋବାନ୍ —୯. Olibanum (M.W.)

ଦେ. ବି. —

୧: କଉଡ଼ି ଖେଳରେ ବାଜିମାରି ହୁଡ଼ ବାନ୍ଧିବା ପଇସାର ଗଦା —୧. A stake of money at the game of cowries.

୨: ସୁନାର ଅଳଙ୍କାର ଉପରେ ଚାରିପାଖରେ ଖୁବ ପତଳା ସୁନା— ପାତିଆ ଦେଇ ବହୁ ମୂଲ୍ୟ ରନ୍ନାଦି ବସାଇବା ପାଇଟି ବା ପ୍ରଣାଳୀ; କୁନ୍ଦନ ପାଇଟି —୨. A mode of setting gems artistically on gold ornaments.

ଦେ. ବି. ସ୍ତ୍ରୀ —

୧: ସ୍ତ୍ରୀଲୋକଙ୍କ ନାମବିଶେଷ — ୧. A name given to females.

ଦେ. ବିଣ —

କୁନ୍ଦା ଯନ୍ତ୍ରରେ ଗୋଲ ହୋଇ ଗଢା ହୋଇଥିବା — (Things) Turned out by a turner's lathe.