କୁନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଦା
ଉଚ୍ଚାରଣ: kundā
কোঁদা; কুঁদযন্ত্র कुंदा

ଦେ. ବିଣ —

କୁନ୍ଦଯନ୍ତ୍ରରେ ପାଲିସ୍ କରା ଯାଇଥିବା; କୁନ୍ଦରେ ଗଢ଼ା ହୋଇଥିବା —Turned on the lathe.

ଦେ. ବି —

୧: କୁନ୍ଦିବା ଯନ୍ତ୍ର; ଭ୍ରାମ୍ୟମାଣ ଗୋଲାକାର ଯନ୍ତ୍ର; ଶାଣଚକ —୧. Turners lathe.

୨: ପ୍ରହାର; ମାଡ଼ —୨. Sound beating.

୩: କୁନ୍ଦିବା — ୩. The work of turning on the lathe.

୪: କୁନ୍ଦନ — ୪. Artistic mode of setting gems on gold.

୫: ଛୋଟ ଓ ମୋଟ ଠୋଙ୍ଗଣୀ —୫. Cudgel.

ବୈଦେ. ବି. (ଫା) —

ବନ୍ଧୁକର ମୂଳ କାଠ ନିର୍ମିତ ଅଂଶ — The stock of a gun.