କୁବେର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବେର
ଉଚ୍ଚାରଣ: Kubera

ସଂ. ବିଣ. ପୁଂ. (ବହୁବ୍ରୀହି; କୁ=କୁତ୍ସିତ+ବେର=ଶରୀର) —

୧: କୁତ୍ସିତ—ଶରୀରବିଶିଷ୍ଟ; କୁରୂପ — ୧. Ugly or deformed.

୨: ଅଳସୁଆ —୨. Idle.

ସଂ. ବି —

୧: ୟକ୍ଷରାଜ; ଧନାଧିପ; (ତିନି ଗୋଡ଼ ଓ ଆଠଟା ଦାନ୍ତ ହେତୁରୁ ଏହାଙ୍କ ଶରୀର କୁତ୍ସିତ) — ୧. The (deformed) God of Riches. (having ୩ legs and ୮ teeth).

[ଦ୍ର—ଏ ବିଶ୍ରାବାଙ୍କ ଔରସରେ ଇଡ଼ବିଡ଼ାଙ୍କ ଗର୍ଭରୁ ଜନ୍ମିଥିଲେ ଏ ରାବଣର ସାନ ଭାଇ ଏ ଧନାଧିପତି ୟକ୍ଷ ଓ କିନ୍ନରମାନଙ୍କର ରାଜା ଓ ଉତ୍ତର ଦିଗରେ ଅଧିପତି ଏ ଶିବଙ୍କର ବନ୍ଧୁ, ଏହାଙ୍କ ବାସସ୍ଥାନ କୈଳାସ ଏହାଙ୍କ ଶରୀର ଅତି କୁତ୍ସିତ ଏହାଙ୍କର ୩: ଟି ପାଦ ଓ ୮: ଗୋଟି ଦାନ୍ତ ଓ ଗୋଟିଏ ଆଖି ]

୨: ନନ୍ଦୀ ବୃକ୍ଷ —୨. A kind of tree.

୩: ଅର୍ହଦୁପାସକବିଶେଷ — ୩. A kind of J&aline;i̱na worshippers.

୪: ଖୁରାସାନୀ ଜୁଆଣି (ଦ୍ରବ୍ୟଗୁଣ) — ୪. Henbane; Hyocyamus Niger.

ଦେ. ବି —

୧: ତେଲିଜାତି — ୧. The Teli or oilman caste.

[ଦ୍ର—କେହି କେହି କହନ୍ତି ଅତି ସଞ୍ଚୟଶୀଳତା ହେତୁରୁ ଏମାନେ ଧନିକ, ତେଣୁ 'କୁବେର' ନାମଧାରୀ, ପୁଣି କେହି କେହି କହନ୍ତି କୁ ଅର୍ଥାତ ତୈଳ ସଂସର୍ଗ ହେତୁରୁ ମଳିନ ବା କୁତ୍ସିତ ଶରୀର ଧାରଣ କରିଥିବାରୁ ଏମାନେ କୁବେର ବୋଲାନ୍ତି]

ଦେ. ବିଣ —

୧: କୃପଣ —୧. Miserly.

୨: ଖୁବ୍ ଧନୀକ —୨. Very rich.