Jump to content

କୁମ୍ଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭ
ଉଚ୍ଚାରଣ: Kumbha

ସଂ. ବି. (କ=ଜଳ+ଉନଭ=ପୂରଣ କରିବା+କର୍ତ୍ତୃ. ଅ) —

୧: ଘଟ; କଳସ; ମାଠିଆ — ୧. A small water jar; pitcher.

୨: କରିକୁମ୍ଭ; ହସ୍ତୀର ମସ୍ତକସ୍ଥିତ ପିଣ୍ଡାକାର ସ୍ଥାନ — ୨. The rounded brow of an elephant; the frontal globe on the forehead of an elephant (୨ on two sides).

କେତେ ହାତୀ ସୀପାଇଙ୍କର ଖଣ୍ତାଘାତ କୁମ୍ଭ ପାଇଣ ଦମ୍ଭ ହାରିଲେ ତୁରିତ—କୃର୍ଣ୍ଣସିଂହ. ମହାଭାରତ. ଭୀଷ୍ମ

୩: ରାକ୍ଷସବିଶେଷ —୩. Name of a demon.

୪: ଗୁଗ୍ଗୂଳ —୪. A fragrant resin.

୫: ଶସ୍ୟାଦିର ପରିମାଣବିଶେଷ; (ବାଲେଶ୍ବର ଦେଢ଼ ମହଣ; =୨: ଦ୍ରୋଣ) — ୫. A measure about ୬୪ seers.

୬: (ଜ୍ଯୋତିଷ) ରାଶିବିଶେଷ; ଏକାଦଶ ରାଶି — ୬. Acquarius; the eleventh sign of the zodiac.

୭: ସୌରମାନ ଫାଲ୍ଗୁନମାସ — ୭. The month of solar Fālguna.

୮: (ଯୋଗ) କୁମ୍ଭକ; ନାକଦ୍ବାରା ନିଶ୍ବାସ ନେଇ ବନ୍ଦ କରି ରଖିବା କର୍ମ — ୮. Act of suspending the breath for a time.

୯: ବେଶ୍ୟାପୁତ୍ର —୯. Whore-son.

୧: ମୃତ ବ୍ୟକ୍ତିର ଅସ୍ଥି ସଞ୍ଚୟ କରିବା ପାତ୍ର — ୧୦. An urn for preserving the bones of a dead person.

୧୧: ବେଶ୍ୟାର ଉପପତି — ୧୧. Harlot's paramour.

୧୨: ହୃଦ୍ରୋଗବିଶେଷ — ୧୨. A kind of heart-disease.

୧୩: ସରସ୍ବତୀ ଓ ଧନାଶ୍ରୀ ରାଗ ଯୋଗେ ଉତ୍ପନ୍ନ ରାଗିଣୀ — ୧୩. A mixed air in music.

ଦେ. ବି —

ବସ୍ତ୍ରର ଧଡ଼ିରେ ଘଟାକାରରେ କ୍ରମସୂକ୍ଷ୍ମଭାବରେ ସୂତାରେ ବୁଣା ହୋଇଥିବା କାରୁକାର୍ୟ୍ୟ — Curcular embroidery work below the border of a cloth.