କୁସୁମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମ
ଉଚ୍ଚାରଣ: Kusuma

ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) —

୧: ପୁଷ୍ପ —୧. Flower (generally).

କୁସୁମ ପରଶରେ ପଟ ନିସ୍ତରେ, କେଉଁ ବଡ଼ଲୋକର ନବସେ ଶିରେ ଯେ—ଭଞ୍ଜ. ରସିକହାରାବଳୀ

୨: ଫଳ —୨. Fruit.

୩: ସ୍ତ୍ରୀ ରଜଃ —୩. Menses; menstrual discharge.

୪: ସ୍ତ୍ରୀ ମାନଙ୍କର ଋତୁସମୟ —୪. The period of the appearance of the menstrual flow in females.

୫: ଡ଼ିମ୍ବର ହଳଦିଆ ଅଂଶ ବା କେଶର — ୫. The yolk or yellow part of an egg.

୬: ଚକ୍ଷୁରୋଗବିଶେଷ —୬. A disease of the eye in which yellow lines appear on the retina.

ସଂ. କୁସୁମ୍ଭ, କମଳୋତ୍ତର, ଗ୍ରାମ୍ୟକଙ୍କୁମ, ଅଗ୍ନିଶିଖ, ବସ୍ତୁରଞ୍ଜନ কুষুম कासुम; कासुख ତେ. ଅଗ୍ନିଶିଖା ସଂ. ସୁକୋଶକ, କୋଷାମ୍ର, ଲକ୍ଷାବୃକ୍ଷ, ଘନସ୍କନ୍ଦ, କ୍ଷୁଦ୍ରାମ, କୃମିବୃକ୍ଷ কুষূম; কোশাম; কোওড়

ଦେ. ବି. —

୧: (ସଂ. କୁସୁମ୍ଭ) କୁସୁମ ଫୁଲ; ଗେଣ୍ଡୁ ଫୁଲ — ୧. A yellow flower; Safflower; Carthamus Tinctorius.

[ ଦ୍ର—ଏ ଗୁଳ୍ମ ଦୁଇ ତିନି ହାତ ଉଚ୍ଚରେ ବଢ଼େ, ଗୁଳ୍ମର କାଣ୍ଡ ଓ ଡ଼ାଳ କୋମଳ— କଣ୍ଟକମୟ, ପତ୍ର ଲମ୍ବ ଓ ଦନ୍ତୁର; ଏଥିର ପାଖୁଡ଼ାରେ ମୂଳରେ ମଞ୍ଜି ଥାଏ, ମଞ୍ଜିରୁ ତେଲ ବାହାରେ; ଫୁଲର ପାଖୁଡ଼ାରୁ ଏକପ୍ରକାର (କୁସୁମୀ) ରଙ୍ଗ ବାହାରେ, ସେହି ରଙ୍ଗରେ ପାଟଲୁଗା ରଙ୍ଗାଯାଏ ଏହି ଫୁଲ ଚାରି ପ୍ରକାର; ଯଥା—ମଣ୍ଡାକୁସୁମ, ଗେଣ୍ଡୁ ମାଣିକଚାନ୍ଦି ଓ ଝୁଲଣ]

୨: (ସଂ. କୋଶାମ୍ର) ଏକଜାତୀୟ କାଠଗଛ —୨. A kind of hard timber used for preparing the axle of carts; the shell lac

कुसुम; कीशाम; कासन; गनसम; गसम ମ. କୋସୁମ, କୋହନ, କୋସିମ୍, ପେଡ଼ୁମନ ଗୁ. କୋସୁମ, କୋଚମ, କୋସୁମ୍ବ, ଗୋସନ୍, କୋଚମ, ଅସୁମର ତା. ପାବା, ପୁ, ପୁଳାଚି, ପୁବା ତେ. ପୋସ୍କୁ, ପୁଷୁକୁ ପୁକ୍ଷୀ, ମାୟୀ
insects are laid on this tree; Schleicheria Trijuga.

[ ଦ୍ର—ଏହି ଗଛ ଚିଠାଗଛ ପରି ମଧ୍ୟଭଳିଆ ଗଛ ଓ ମଧ୍ୟଭାରତ, ମାନ୍ଦ୍ରାଜ ଓ ଗଡ଼ଜାତ ଜଙ୍ଗଲରେ ଜନ୍ମେ ଏହାର ଫୁଲ ହଳଦିଆ, କାଠ ରକ୍ତଖଦୀର ବର୍ଣ୍ଣ ମଞ୍ଜିରୁ ଖାଦ୍ୟପଯୋଗୀ ତେଲ ବାହାରେ ଏହି ଗଛରେ ଲକ୍ଷାକୀଟ ଜନ୍ମନ୍ତି ଶୀତକାଳରେ ଏହାର ପତ୍ର ଝଡ଼ିପଡ଼େ ଓ ବସନ୍ତକାଳରେ ନୂଆ ପତ୍ର କଅଁଳେ ଓ ଫୁଲ ଫୁଟେ ଏ କାଠ ଖୂବ୍ ମଜବୁତ ଥିବାରୁ ସଗଡ଼, ଲଙ୍ଗଳ ଓ ଘର ତିଆରି କାମରେ ଲାଗେ ଏହାର ଫଳ ଖଟାମିଶା ମିଠା; ବୈଦଶାସ୍ତ୍ର ଅନୁସାରେ ଏହାର ଫଳ ଗୁରୁ ପିତ୍ତବର୍ଦ୍ଧକ ଓ ଦାହ- କାରକ ଏଥିର ତୈଳରେ ବଥ ଓ ଚର୍ମରୋଗ ଭଲ ହୁଏ; ତୈଳ ରୋଚକ , ପାଚକ ଓ ବଳକାରକ ପକ୍ବଫଳ ଅଗ୍ନିଦୀପକ, ରୁଚିଜନକ, ଲଘୁ, ଉଷ୍ନବୀର୍ୟ୍ୟ ଓ କଫ ଏବଂ ବାଯୁନାଶକ]

ପ୍ରାଦେ. (ପୁରୀଜିଲ୍ଲା) ବି —

ଗଛର ଗଣ୍ଡିର ମଧ୍ୟବର୍ତ୍ତୀ ଅଂଶ — The middle part of the stem of a tree.