Jump to content

କୁହୁଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଳିବା
ଉଚ୍ଚାରଣ: Kuhuḻibā
ধুঅঁন धुआँना

ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) —

୧: ନିଆଁ ଜଳିବା ପୂର୍ବରୁ ଧୂଆଁ ହେବା — ୧. To smoke or smoulder before ignition.

୨: ଭିତରେ ଭିତରେ ନିଆଁ ଜଳିବା — ୨. To smother; to undergo the process internal cumbustion.

୩: ପୋଡ଼ିଯିବା —୩. To be overbaked or burnt.

୪: (ଲକ୍ଷଣାର୍ଥ) ବାହାରେ ପ୍ରକାଶ ନ ପାଇ ଭିତରେ ବିଦ୍ୟ- ମାନ ଥିବା —୪. To be latent.

ଦୁଷ୍କୁତି କୁହୁଳୁ ଥାଏ ଅଲକ୍ଷିତେ—ରାଧାନାଥ. ଦଶରଥବିଯୋଗ

୫: (ଲକ୍ଷଣାର୍ଥ) ଆନ୍ତରିକ କ୍ରୁଦ୍ଧ ହେବା — ୫. To be angry; to burn with rage.

(ଯଥା—ସେ ରାଗରେ କୁହୁଳୁଛି)