କୃଷ୍ଣଚୂଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣଚୂଡ଼ା
ଉଚ୍ଚାରଣ: Kṛushṇachūṟḍ̠ā

ସଂ. ବି —

ନାଲି ଓ ହଳଦିଆ ଫୁଲବିଶିଷ୍ଟ କ୍ଷୁପ — A beautiful shrub (of two kinds with red and yellow flowers); the peacock flower; Poinciana Pulcherima. C&aline;esalpinia Pulcherinua

[ଦ୍ର—ଏହାର ପତ୍ର ପକ୍ଷାକାର, ନାଲି ଓ ହଳଦିଆ ଫୁଲ ଭେଦରେ ଗଛ ଦୁଇ ଜାତିର ଗ୍ରୀଷ୍ମ ଓ ବର୍ଷାକାଳରେ ଫୁଲ ଫୁଟେ; କେହି କେହି ନାଲି ଫୁଲବାଲା ଗଛକୁ କୃଷ୍ଣଚୂଡ଼ା ଓ ହଳଦିଆ ଫୁଲବାଲା ଗଛକୁ ରଧିକାଚୂଡ଼ା ନାମରେ ଡାକନ୍ତି]

ଦେ. ବି —

ଏକ ଜାତୀୟ ଥୋପା ଥୋପା ହଳଦିଆ ଓ ନାଲି ଫୁଲ— ବିଶିଷ୍ଟ ବଡ଼ ଗଛ —The Gold Mohur tree; Poincianr Regia.

[ଦ୍ର—ଏ ଗଛର ଆଦିବାସ ମରିସସ୍ ବା ମାଡ଼ାଗାସ୍କର୍ ଦ୍ବୀପରେ, ମରିସସ୍ ଦ୍ବୀପରୁ ଏ ଦେଶକୁ ଆସିଥିଲା ଏ ଗଛ ଶୀଘ୍ର ବଢେ ଓ ଶାଖା ବିସ୍ତାର କରେ ଫୁଲ ବଡ଼ ବଡ଼ ନାଲି ଓ ହଳଦିଆ ବସନ୍ତ ଓ ଗ୍ରୀଷ୍ମରେ ଫୁଲ ଫୁଟେ କୃଷ୍ଣଚୂଡ଼ାର ସାଦୃଶ୍ୟରେ କେହି କେହି ଏହାକୁ ରାଧିକାଚୂଡ଼ା ନାମରେ ଡାକନ୍ତି—ଯୋଗେଶ୍ଚନ୍ଦ୍ର]