Jump to content

କୃଷ୍ଣସାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣସାର
ଉଚ୍ଚାରଣ: kṛushṇasāra

ସଂ. ବି. (କୃଷ୍ଣ+ସାର) —

୧: କଳା ବାହୁଟିଆ; କଳା ଲୋମଥିବା ହରିଣ— ବିଶେଷ —୧. A black deer with white spots.

ବାଳକ କୃଷ୍ଣସାରନେତ୍ରା ଅବଶେ ଯେ ଭଞ୍ଜ. ବୈଦେହୀଶବିଳାସ

୨: ଚିତ୍ର ମୃଗ — ୨. The spotted antelope.

୩: ଶିଶୁ (ଗଛ) — ୩. Dalbergia Sissoo (M.W.)

୪: ଖଇର (ଗଛ) —୪. Acacia catechu (M.W.)

ସଂ. ବିଣ. (ବହୁବ୍ରୀହି) —

୧: ୟାହା ପ୍ରଧାନତଃ କଳା — ୧. Chiefly black.

୨: ଧଳା ଓ କଳା —୨. Black and white (M.W.)

୩: କଳା ଟୋପିଟୋପିକିଆ — ୩. Spotted black (M.W.)

ଦେ. ବି —

ଶିଂଶାପା ବୃକ୍ଷ —

ବିଶ୍ରାମଁ କୃଷ୍ଣସାର ତଳରେ ଲେଶେ ଭଞ୍ଜ. ବୈଦେହୀଶବିଳାସ